Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସନ୍ଧ୍ୟାରେ ଆଡପ ମଣ୍ଡପ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି, ଗୁଣ୍ଡିଚାରେ ଭକ୍ତଙ୍କ ପ୍ରବଳ ଭିଡ଼

ପୁରୀ: ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିରରେ ଜନ୍ମବେଦୀରେ ଲୀଳା କରୁଥିବା ଚତୁର୍ଦ୍ଧାମୂର୍ତ୍ତି ଆଜି ସନ୍ଧ୍ୟାରେ ଆଡପ ମଣ୍ଡପ ବିଜେ କରିବେ। ପାରମ୍ପରିକ ଗୋଟି ପହଣ୍ଡିରେ ପ୍ରଥମେ ବଡ଼ ଠାକୁର ବଳଭଦ୍ର, ପରେ ଦେବୀ ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଜଗନ୍ନାଥ ଆଡପ ମଣ୍ଡପକୁ ବିଜେ କରିବେ। ଏହି ନୀତି ପାଇଁ ଶ୍ରୀମନ୍ଦିରରୁ ରତ୍ନପଲଙ୍କ ମଧ୍ୟ ଆସି ପହଞ୍ଚିଛି।

ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲିରେ ତିନି ରଥ ବିରାଜମାନ ଥିବାବେଳେ ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ନୀତିକାନ୍ତି ଓ ପୂଜାର୍ଚ୍ଚନା ଜାରି ରହିଛି। ରଥାରୂଢ଼ ମହାପ୍ରଭୁଙ୍କ ଦର୍ଶନ ପାଇଁ ସକାଳୁ ଶରଧାବାଲିରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ମହାପ୍ରଭୁଙ୍କ ଦର୍ଶନ କରି ଭକ୍ତମାନେ ଭାବବିହ୍ୱଳ ହୋଇପଡ଼ିଛନ୍ତି।

ଭକ୍ତଙ୍କ ସୁରକ୍ଷା ଓ ସୁବ୍ୟବସ୍ଥିତ ଦର୍ଶନ ପାଇଁ ରଥ ଚାରିପାଖରେ ଲୁହା ବ୍ୟାରିକେଡ୍ କରାଯାଇଛି। ସିସିଟିଭି ନଜରଦାରି ସହ ବ୍ୟାପକ ପୁଲିସ ଫୋର୍ସ ମୁତୟନ ରହିଛନ୍ତି। ସନ୍ଧ୍ୟାରେ ହେବାକୁ ଥିବା ଆଡପ ମଣ୍ଡପ ବିଜେ ନୀତିକୁ ନେଇ ଭକ୍ତମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories