Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଗଷ୍ଟରେ ଦିଲ୍ଲୀରେ ଇନଭେଷ୍ଟର୍ସ ରୋଡ୍‌ ଶୋ; ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଫୋକସ୍‌, ଟିମ୍ ଓଡ଼ିଶାର ନେତୃତ୍ୱ ନେବେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଅଗଷ୍ଟ ମାସରେ ଦିଲ୍ଲୀରେ ଆୟୋଜିତ ହେବ ଓଡ଼ିଶା ଇନଭେଷ୍ଟର୍ସ ରୋଡ୍‌ ଶୋ। ଏହି ରୋଡ୍‌ ଶୋରେ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରକୁ ପ୍ରମୁଖ ଫୋକସ୍‌ ଭାବେ ରଖାଯିବ। ଟିମ୍ ଓଡ଼ିଶାର ନେତୃତ୍ୱ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନେବେ ଏବଂ ବିଭିନ୍ନ ଦେଶୀ-ବିଦେଶୀ ପୁଞ୍ଜିପତିଙ୍କ ସହ ବ୍ୟକ୍ତିଗତ ଭାବେ ଆଲୋଚନା କରି ରାଜ୍ୟରେ ଅଧିକ ପୁଞ୍ଜି ନିବେଶ ଆକର୍ଷଣ ପାଇଁ ପ୍ରୟାସ କରିବେ।

ଏନେଇ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ କହିଛନ୍ତି ଯେ, ଗତ ଦୁଇ ବର୍ଷ ମଧ୍ୟରେ ଓଡ଼ିଶାକୁ ବ୍ୟାପକ ପୁଞ୍ଜି ନିବେଶ ଆସିଛି ଏବଂ ଅନେକ ଶିଳ୍ପ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଛି। ରାଜ୍ୟ ସରକାର ନିୟମିତ ଭାବେ ପୁଞ୍ଜି ନିବେଶ, ଶିଳ୍ପ ପ୍ରତିଷ୍ଠା ଏବଂ ନିଯୁକ୍ତି ସୃଷ୍ଟିର ପ୍ରଗତି ସମୀକ୍ଷା କରୁଛନ୍ତି।

ସେ ଆହୁରି କହିଛନ୍ତି, ଶିଳ୍ପାୟନ ସହ ରାଜ୍ୟର ଯୁବକ-ଯୁବତୀଙ୍କୁ ଶିଳ୍ପ ଉପଯୋଗୀ ଦକ୍ଷତା ପ୍ରଦାନ ଉପରେ ମଧ୍ୟ ସରକାର ବିଶେଷ ଗୁରୁତ୍ୱ ଦେଉଛନ୍ତି। ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ଓଡ଼ିଶାର ସଫଳତା ରାଜ୍ୟର ଦକ୍ଷ ମାନବ ସମ୍ବଳର ପ୍ରମାଣ ବୋଲି ସେ କହିଛନ୍ତି। ଏହି ରୋଡ୍‌ ଶୋ ମାଧ୍ୟମରେ ରାଜ୍ୟକୁ ଅଧିକ ପୁଞ୍ଜି ନିବେଶ ଓ ରୋଜଗାର ସୁଯୋଗ ଆସିବ ବୋଲି ଆଶା କରାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ