Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଲିଅନ୍ତା ସୌମ୍ୟରଞ୍ଜନ ହତ୍ୟା ମାମଲା: ଆସିଲା ଓମ୍‌ପ୍ରକାଶଙ୍କ ଲାଏ ଡିଟେକ୍ସନ୍ ରିପୋର୍ଟ!

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ବାଲିଅନ୍ତା ଅଞ୍ଚଳରେ ଘଟିଥିବା ସୌମ୍ୟରଞ୍ଜନ ସ୍ୱାଇଁଙ୍କ ହତ୍ୟା ମାମଲାରେ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ସୌମ୍ୟରଞ୍ଜନଙ୍କ ସହଯୋଗୀ ଓମ୍‌ପ୍ରକାଶ ମହାନ୍ତିଙ୍କ ଲାଏ ଡିଟେକ୍ସନ୍ (Lie Detection) ଟେଷ୍ଟ ରିପୋର୍ଟ କ୍ରାଇମବ୍ରାଞ୍ଚ ହାତରେ ପହଞ୍ଚିଛି। ଏହି ରିପୋର୍ଟରେ ଓମ୍‌ପ୍ରକାଶ ତଦନ୍ତ ସମୟରେ ସତ୍ୟ କହିଥିବା ସୂଚନା ମିଳିଛି। ଅନ୍ୟପଟେ ଏହି ମାମଲାରେ ଏବେ ପର୍ଯ୍ୟନ୍ତ ୫ଅଭିଯୁକ୍ତ ଫେରାର ଥିବାବେଳେ ସେମାନଙ୍କ ବିରୋଧରେ ୱାରେଣ୍ଟ ଜାରି ପାଇଁ କ୍ରାଇମବ୍ରାଞ୍ଚ ଆବେଦନ କରିବ ବୋଲି ସୂଚନା ମିଳିଛି। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କୋର୍ଟରେ ଚାର୍ଜସିଟ୍ ଦାଖଲ କରାଯିବ ବୋଲି ମଧ୍ୟ କ୍ରାଇମବ୍ରାଞ୍ଚ ସ୍ପଷ୍ଟ କରିଛି।

ସୂଚନାଯୋଗ୍ୟ, ଗତ ମେ’ ୭ ତାରିଖରେ ରାମଚନ୍ଦ୍ରପୁର ବ୍ରିଜ୍‌ ନିକଟରେ ଦୁଇ ଯୁବତୀ ସ୍କୁଟିରେ ଯାଉଥିବା ବେଳେ ସୌମ୍ୟରଞ୍ଜନ ସ୍ୱାଇଁ ଓ ଓମ୍‌ପ୍ରକାଶ ମହାନ୍ତି ବାଇକ୍‌ରେ ସେଠାରେ ପହଞ୍ଚିଥିଲେ। ଅଭିଯୋଗ ଅନୁସାରେ, ସେମାନେ ପ୍ରଥମେ ଯୁବତୀଙ୍କ ଗାଡ଼ିକୁ ସାଇଡ୍ ମାରିଥିଲେ ଏବଂ ପରେ ପୁଣି ଫେରି ସ୍କୁଟିକୁ ଧକ୍କା ଦେଇଥିଲେ। ଦୁଇ ଯୁବତୀ ତଳେ ପଡ଼ିଯିବା ପରେ ସେମାନଙ୍କ ସହ ଅସଦାଚରଣ ଓ ବଳାତ୍କାର ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଥିଲା। ଯୁବତୀମାନଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ କାବୁ କରି ମାଡ଼ ମାରିଥିଲେ। ଆଉ ମାଡ଼ରେ ସୋମ୍ୟଙ୍କ ମୃତ୍ୟୁ ହୋଇଥିଲା |

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସୌମ୍ୟରଞ୍ଜନ ସ୍ୱାଇଁଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ କ୍ରାଇମବ୍ରାଞ୍ଚ ବ୍ୟାପକ ତଦନ୍ତ ଜାରି ରଖିଥିବାବେଳେ ଫେରାର ଅଭିଯୁକ୍ତଙ୍କୁ ଗିରଫ ଏବଂ ମାମଲାର ଚାର୍ଜସିଟ୍ ଦାଖଲ ପାଇଁ ପ୍ରକ୍ରିୟା ତ୍ୱରାନ୍ୱିତ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ