ବୀରମହାରାଜପୁର ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ରେ ଜନ୍ମୋତ୍ସୋବ ପାଳିତ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠାନ ର ବରିଷ୍ଠ ସଦସ୍ୟ ସତ୍ୟ ନାରାୟଣ ନାୟକଙ୍କ ୭୧ ତମ ଜନ୍ମ ଉତ୍ସବ ପାଳିତ ହୋଇଯାଇଛି।ଏହି ଉପଲକ୍ଷେ ଆୟୋଜିତ ଏକ ଶୁଭେଛା ସଭାରେ ଦୟାନିଧି ହୋତା ସଭାପତିତ୍ବ କରିଥିଲାବେଳେ ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ଶ୍ରୀମାନ ନାରାୟଣ ନାୟକ, ସମ୍ମାନୀତ ଅତିଥି ଭାବେ ପୂର୍ବତନ ସଭାପତି ଶ୍ରୀ କୃଷ୍ଣଚନ୍ଦ୍ର ପାଢ଼ୀ , ଡ. ପ୍ରଫୁଲ୍ଲ ରଥ, ଉପଖଣ୍ଡ ପୋଲିସ ଅଧିକାରୀ ହେମନ୍ତ ରାଓ ପ୍ରମୁଖ ମଞ୍ଚାସୀନ ହୋଇ ସତ୍ୟ ନାରାୟଣ ନାୟକଙ୍କୁ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଥିଲେ। ଏ ଅବସରରେ ଶ୍ରୀ ନାୟକଙ୍କୁ ମାନପତ୍ର ଓ ଉପଢ଼ୌକନ ସହ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକାରୀ ସଭାପତି ରାଧେଶ୍ୟାମ ପୁରୋହିତ ସ୍ଵାଗତ କରିଥିବାବେଳେ କୋଷାଧ୍ୟକ୍ଷ ଅକ୍ଷୟ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ସଂପାଦକ ଡ ଦ୍ବିତୀକୃଷ୍ଣ ପଣ୍ଡା ସଂଯୋଜନା କରିଥିଲେ । ଜନ୍ମ ଦିବସ ଅବସରରେ ଶ୍ରୀ ନାୟକ ଅନୁଷ୍ଠାନ କୁ ପ୍ରଦାନ କରିଥିବା ଏକ ଏଲ୍ଇଡି ଟି.ଭି ମୁଖ୍ୟ ଅତିଥି ଉନ୍ମୋଚନ କରିଥିଲେ।ଚମରା ମହାକୁର, ଶ୍ୟାମସୁନ୍ଦର ସେଠୀ , ସୁରୁ ସାହୁ, ଜ୍ଞାନେନ୍ଦ୍ର ତ୍ରିପାଠୀ, ଜୀତେନ୍ଦ୍ର ପ୍ରଧାନ, ପ୍ରମୁଖ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ଅନୁଷ୍ଠାନର ବହୁ ସଦସ୍ଯ ଯୋଗ ଦେଇ ଥିବାବେଳେ ନିକଟସ୍ଥ ଖଣ୍ଡହତା , ସୁବଳୟା, ସୋନପୁର ଆଦି ରୁ ମଧ୍ୟ ବରିଷ୍ଠ ନାଗରିକ ମାନେ ଅଂଶଗ୍ରହଣ କରିଥିଲେ I

