Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଞ୍ଜେଇ ମାଫିଆ ସହ ସମ୍ପୃକ୍ତି ଅଭିଯୋଗ! ପୂର୍ବତନ IIC ସୁସ୍ମିତା ମଗର ନିଲମ୍ବିତ: DGPଙ୍କ କଡ଼ା ଆକ୍ସନ୍

ବୌଦ୍ଧ: ବେଆଇନ ଗଞ୍ଜେଇ କାରବାର ସହ ସମ୍ପୃକ୍ତି ଓ ପଦବୀର ଅପବ୍ୟବହାର ଅଭିଯୋଗରେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନାର ପୂର୍ବତନ ଆଇଆଇସି ସୁସ୍ମିତା ମଗରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଅଭିଯୋଗର ପ୍ରାଥମିକ ତଦନ୍ତ ପରେ ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି। ପୋଲିସ ମହାନିର୍ଦ୍ଦେଶକ (DGP) ଏହି ନିଲମ୍ବନ ଆଦେଶ ଜାରି କରିଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ମନମୁଣ୍ଡା ଥାନା ଅଞ୍ଚଳରେ ଚାଲିଥିବା ବେଆଇନ ଗଞ୍ଜେଇ କାରବାର ଏବଂ ଗଞ୍ଜେଇ ମାଫିଆଙ୍କ ସହ ସୁସ୍ମିତା ମଗରଙ୍କ ପରୋକ୍ଷ ସମ୍ପୃକ୍ତି ଥିବା ନେଇ ଅଭିଯୋଗ ଆସିଥିଲା । ଏହାପରେ ପ୍ରଥମେ ତାଙ୍କୁ ମନମୁଣ୍ଡା ଥାନାରୁ ହଟାଇ ବୌଦ୍ଧ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଥିଲା। ପରବର୍ତ୍ତୀ ତଦନ୍ତରେ କାର୍ଯ୍ୟରେ ଅବହେଳା ଓ ପଦବୀର ଅପବ୍ୟବହାର ସମ୍ପର୍କିତ ତଥ୍ୟ ସାମ୍ନାକୁ ଆସିଥିବା କୁହାଯାଇଛି।

ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି DGP ତାଙ୍କୁ ନିଲମ୍ବିତ କରିଥିବା ବେଳେ, ପୋଲିସ ବିଭାଗରେ ସ୍ୱଚ୍ଛତା ଓ ଶୃଙ୍ଖଳା ବଜାୟ ରଖିବା ପାଇଁ ଏହି କଡ଼ା ପଦକ୍ଷେପ ନିଆଯାଇଥିବା କୁହାଯାଉଛି। ଏହି ଘଟଣା ପରେ ପୋଲିସ ପ୍ରଶାସନ ମହଲରେ ଚର୍ଚ୍ଚା ଜୋର ଧରିଥିବା ବେଳେ, ମାମଲାର ତଦନ୍ତ ଆହୁରି ଜାରି ରହିବ ବୋଲି ସୂଚନା ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories