Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

SIR ପ୍ରକ୍ରିୟା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ; ଅକ୍ଟୋବରରୁ ଘରକୁ ଘର ସର୍ଭେ

ଭୁବନେଶ୍ୱର: ରାଜ୍ୟରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନରେ ହୋଇପାରେ ବିଳମ୍ବ | ଏହାର ପ୍ରମୁଖ କାରଣ ହେଉଛି ସ୍ପେଶାଲ୍ ଇଣ୍ଟେନ୍ସିଭ୍ ରିଭିଜନ୍ (SIR) ପ୍ରକ୍ରିୟା। ଏନେଇ ରାଜ୍ୟ ନିର୍ବାଚନ ଆୟୋଗ ସୂଚନା ଦେଇଛନ୍ତି| ସେ କହିଛନ୍ତିଯେ, SIR ପ୍ରକ୍ରିୟା ଶେଷ ହେବା ପରେ ହିଁ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯିବ । ସେପ୍ଟେମ୍ବରରେ ଭାରତର ନିର୍ବାଚନ ଆୟୋଗ ପକ୍ଷରୁ ତାଲିକା ପ୍ରକାଶ ପାଇବ।

ଏହାସହ ଅକ୍ଟୋବରରୁ ପ୍ରଥମ ଥର ପାଇଁ ରାଜ୍ୟବ୍ୟାପୀ ଘରକୁ ଘର (ଡୋର୍-ଟୁ-ଡୋର୍) ସର୍ଭେ ଆରମ୍ଭ ହେବ। ଅକ୍ଟୋବର ୨୬ରୁ ନଭେମ୍ବର ୭ ପର୍ଯ୍ୟନ୍ତ ଏହି ସର୍ଭେ ଆଧାରରେ ବୁଥ୍‌ଭିତ୍ତିକ ଭୋଟର ତାଲିକା ପ୍ରସ୍ତୁତ କରାଯିବ। ଏହାଦ୍ୱାରା ଅଧିକ ସ୍ୱଚ୍ଛ ଓ ତ୍ରୁଟିମୁକ୍ତ ଭୋଟର ତାଲିକା ପ୍ରସ୍ତୁତି ପାଇଁ ଲକ୍ଷ୍ୟ ରଖାଯାଇଛି।

ରାଜ୍ୟ ନିର୍ବାଚନ ଆୟୋଗଙ୍କ ସୂଚନା ଅନୁସାରେ, ଆସନ୍ତା ଫେବ୍ରୁଆରୀ ୧୦ ସୁଦ୍ଧା ସମସ୍ତ ୱାର୍ଡର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯିବ। ଭୋଟର ତାଲିକା ପ୍ରସ୍ତୁତି ପାଇଁ ଆବଶ୍ୟକ ବିଭିନ୍ନ ଟିମ୍‌ର ଗଠନ ଜୁଲାଇ ୩୧ ସୁଦ୍ଧା ଶେଷ ହେବ। ଏହାସହ ବାଲାଟ୍ ବକ୍ସ ମରାମତି ଏବଂ EVM ବ୍ୟବସ୍ଥା ନେଇ ମଧ୍ୟ ଆଲୋଚନା ହୋଇଛି। ବର୍ତ୍ତମାନ ରାଜ୍ୟରେ ପ୍ରାୟ ୮,୦୦୦ଟି EVM ଉପଲବ୍ଧ ଥିବାବେଳେ ନିର୍ବାଚନ ପାଇଁ ୧୨ ହଜାରରୁ ଅଧିକ EVM ଆବଶ୍ୟକ ହେବ ବୋଲି ନିର୍ବାଚନ ଆୟୋଗଙ୍କ ସଚିବ ସୂଚନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories