ବାହୁଡ଼ା ଯାତ୍ରା ପ୍ରସ୍ତୁତି ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା; ସୁରୁଖୁରୁରେ ରଥଯାତ୍ରା ଶେଷ କରିବାକୁ ଗୁରୁତ୍ୱ
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ଯାତ୍ରାକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ରାଜ୍ୟ ସରକାର ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ବୁଧବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଆରମ୍ଭ ହୋଇଛି। ବୈଠକରେ ବାହୁଡ଼ା ଯାତ୍ରା ସହ ସୁନାବେଶ, ଅଧରପଣା ଓ ନୀଳାଦ୍ରି ବିଜେ ନୀତିକୁ ନେଇ ବିସ୍ତୃତ ସମୀକ୍ଷା କରାଯାଉଛି।
ଏହି ବୈଠକରେ ଆଇନ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ପୁଲିସ ମହାନିର୍ଦ୍ଦେଶକ, ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସମେତ ବିଭିନ୍ନ ବିଭାଗର ଉଚ୍ଚପଦସ୍ଥ ଅଧିକାରୀମାନେ ଉପସ୍ଥିତ ଅଛନ୍ତି। ସୁରକ୍ଷା, ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ ବ୍ୟବସ୍ଥା, ପରିମଳ ଓ ଭକ୍ତମାନଙ୍କ ସୁବିଧାକୁ ନେଇ ଆଲୋଚନା ହେଉଛି।
ବାହୁଡ଼ା ଯାତ୍ରାକୁ ନିର୍ବିଘ୍ନ ଓ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ଉପରେ ବୈଠକରେ ବିଶେଷ ଗୁରୁତ୍ୱ ଦିଆଯାଉଛି। ବୈଠକ ଶେଷ ପରେ ନିଆଯାଇଥିବା ନିଷ୍ପତ୍ତି ଓ ବିସ୍ତୃତ ସୂଚନା ପ୍ରକାଶ ପାଇବ।

