Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆୟୁର୍ବେଦିକ ପାର୍ଲରରେ ଚାଲୁଥିଲା ସେକ୍ସ ରାକେଟ! ଯୁବତୀଙ୍କ ଅଭିଯୋଗ ପରେ ପୋଲିସର ଚଢ଼ାଉ, ମାଲିକ ଅଟକ

ଭୁବନେଶ୍ୱର: ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ନୀଳାଦ୍ରି ବିହାର ବୁଦ୍ଧପାର୍କ ଅଞ୍ଚଳରେ ଥିବା ଏକ ଆୟୁର୍ବେଦିକ ପାର୍ଲରକୁ କେନ୍ଦ୍ର କରି ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିଛି। ହୋଟେଲରେ ଚାକିରି ଦେବାର ପ୍ରଲୋଭନ ଦେଇ ଜଣେ ଯୁବତୀଙ୍କୁ ସେଠାରେ ରଖାଯାଇ ଅନୈତିକ କାର୍ଯ୍ୟରେ ସାମିଲ ହେବାକୁ ବାଧ୍ୟ କରାଯାଉଥିବା ଅଭିଯୋଗ ହୋଇଛି। ନିର୍ଯାତନା ସହିନପାରି ଯୁବତୀ ସେଠାରୁ ଖସି ଆସି ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିବା ପରେ ପୋଲିସ ପାର୍ଲରରେ ଚଢ଼ଉ କରି ତଦନ୍ତ ଆରମ୍ଭ କରିଛି।

ଅଭିଯୋଗ ଅନୁଯାୟୀ, କାମ ସନ୍ଧାନରେ ଥିବା ବେଳେ ପାର୍ଲର ମାଲିକ ଯୁବତୀଙ୍କୁ ଏକ ତାରକା ହୋଟେଲରେ ଚାକିରି କରାଇଦେବାର ପ୍ରତିଶ୍ରୁତି ଦେଇଥିଲେ। ପରେ ତାଙ୍କୁ ଉକ୍ତ ପାର୍ଲରରେ ରଖି ଅନୈତିକ କାର୍ଯ୍ୟ କରିବାକୁ ଚାପ ପକାଉଥିବା ସହ ମନା କରିବାରୁ ମାଡ଼ ମାରିବା, ମୋବାଇଲ ଫୋନ୍ ଓ ପୋଷାକ ଛଡ଼ାଇ ନେବା ଏବଂ ବୋମା ପକାଇ ଦେବାକୁ ଧମକ ଦେଇଥିବା ଯୁବତୀ ଅଭିଯୋଗ କରିଛନ୍ତି।

ଯୁବତୀଙ୍କ ଅଭିଯୋଗକୁ ଆଧାର କରି ପୋଲିସ ପାର୍ଲରରେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ଜଣେ ଗ୍ରାହକଙ୍କ ସହ ଦୁଇ ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଥିବାବେଳେ କିଛି ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ପୋଲିସ ପାର୍ଲର ମାଲିକଙ୍କୁ ଅଟକ ରଖି ପଚରାଉଚରା କରୁଛି। ପ୍ରକୃତରେ ସେଠାରେ କ’ଣ କାର୍ଯ୍ୟକଳାପ ଚାଲୁଥିଲା, କେତେଦିନ ଧରି ଏଭଳି କାରବାର ହେଉଥିଲା ଏବଂ ଯୁବତୀଙ୍କ ଅଭିଯୋଗର ସତ୍ୟତା କେତେ ରହିଛି, ସେନେଇ ପୋଲିସ ତଦନ୍ତ ଜାରି ରଖିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ