Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଆଲମଣ୍ଡା ଠାରେ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଟା

କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଆଲମଣ୍ଡା ଗ୍ରାମ ଠାରେ ନୂତନ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଟା ଉସ୍ଛବ ଅନୁଷ୍ଠିତ ହୋଇଯାଇଛି। ଅନେକ ପିଠାଧିପତିଙ୍କ ଦ୍ଵାରା
ହୋମଯଜ୍ଞ ମାଧ୍ୟମରେ ମନ୍ଦିର ପ୍ରତିଷ୍ଠା କରା ଯାଇଥିଲା।
ଗଣେଶ,ଶିବ,ଲକ୍ଷ୍ମୀ,ସୂର୍ଯ୍ୟ,ବିମଳା ଦେବୀ ଓ କାଞ୍ଚି ଗଣେଶଙ୍କ ଭଳି ପାର୍ଶ୍ବ ଦେବାଦେବିଙ୍କ ପ୍ରାଣ ପ୍ରତିଷ୍ଠା କରାଯିବା ପରେ ମନ୍ଦିର ଉପରେ ନିଳଚକ୍ର ବାନା ସ୍ଥାପନା କରା ଯାଇଥିଲା। ପ୍ରତିଷ୍ଟା ଉସ୍ଚବରେ ଅଙ୍କୁର ରୋପଣ ,କଳସ ଯାତ୍ରା,ସୂର୍ଯ୍ୟ ପୂଜା,ଦେବତା ମହାସ୍ନାନ ,ପ୍ରାଣ ପ୍ରତିଷ୍ଠା,ନାମଯଞ୍ଜ,ପୁର୍ଣାହୁତି, ଚତୁର୍ଦ୍ଧା ମୂର୍ତି ଙ୍କ ମନ୍ଦିର ପ୍ରବେଶ କରାଯାଇଥିଲା।
ବୃନ୍ଦାବନରୁ ମହନ୍ତ ମଦନ ଗୋପାଳ ଦାସଜୀ ମହାରାଜ, ପୁରୀରୁ ମହନ୍ତ ସୁଦସନ ଦାସଜି ମହାରାଜ, ପୁରୀ ରୁ ମହନ୍ତ କୃଷ୍ଣ ଗୋବିନ୍ଦ ଦାସଜି ମହାରାଜ, ବୃନ୍ଦାବନ ରୁ ମହନ୍ତ ସତ୍ୟ ହରିଦାସ ମହନ୍ତ ମହାରାଜ, ଗାଙ୍ଗଦାହଣୀ ରୁ ମହନ୍ତ ରାମକୃଷ୍ଣ ଦାସଜି ମହାରାଜ, ପୁରୀରୁ ବାବାଜୀ ମୁରଲୀଧର ଦାସଜି ମହାରାଜ, କାଶୀନଗରରୁ ମହନ୍ତ ପଦ୍ମଚରଣ ଦାସଜି ମହାରାଜ, ପାଣ୍ଡରଖଲି ରୁ ମହନ୍ତ ରାଧା ମୋହନ ଦାସଜି ମହାରାଜ, ବୃନ୍ଦାବନରୁ ମହନ୍ତ କୃଷ୍ଣ ଚୈତନ୍ୟ ଦାସ ମହନ୍ତ ମହାରାଜ ଓ ହିଞ୍ଜିଲିକାଟୁ ରୁ ମହନ୍ତ ଲକିତ ମୋହନ ଦାସଜି ମହାରାଜ ମାନେ ଏହି ପ୍ରତିଷ୍ଠା ଉସ୍ଛବରେ ଯୋଗ ଦେଇ ଥିଲେ।ଆଲମଣ୍ଡା ଭଳି ଏକ ଉପାନ୍ତ ଅଞ୍ଚଳରେ ଗ୍ରାମବାସିଙ୍କ ଦାନ ପୁନ୍ୟରେ ତିନି କୋଟି ଟଙ୍କା ଖର୍ଚରେ ନିର୍ମିତ ହୋଇଥିବା ମନ୍ଦିରକୁ ଦେଖି ଭକ୍ତଙ୍କ ମହଲରେ ଆନନ୍ଦର ଲହରି ଖେଳି ଜାଇଥିଲା।ମନ୍ଦିର ପରିଚାଳନା କମିଟି ଏହି ଉସ୍ଛବକୁ ସୁଚାରୁ ରୁପେ ପରିଚାଳନା କରିଥିବା ବେଳେ ଆଖ ପାଖ ଅଞ୍ଚଳର ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା।କୋଡିଏ ହଜାର ଭକ୍ତଙ୍କ ପାଇଁ ଅନ୍ନ ପ୍ରସାଦର ବ୍ୟବସ୍ଥା କରାଜାଇଥିବା ବେଳେ ଅଞ୍ଚଳରେ ଏକ ଆଧ୍ୟାତ୍ମିକ ପରିବେଶ ଶୃଷ୍ଟି ହୋଇଥିଲା।