Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସିଏମ୍‌ଓ ଅଫିସରୁ ଫାଇଲ୍ ଚୋରି ଘଟଣା! ଯାଇଥିଲା ନୋଟିସ୍; ଆଜି କ୍ୟାପିଟାଲ୍ ଥାନାରେ ହଜାର ହୋଇପାରନ୍ତି ଭି.କେ. ପାଣ୍ଡିଆନ

ଭୁବନେଶ୍ୱର: ସିଏମ୍‌ଓ (ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ)ରୁ ଗୁରୁତ୍ୱପୂର୍ଣ୍ଣ ଫାଇଲ୍ ଚୋରି ମାମଲାର ତଦନ୍ତ ତୀବ୍ର ହୋଇଛି। ଏହି ମାମଲାରେ ପୂର୍ବତନ ବରିଷ୍ଠ ପ୍ରଶାସନିକ ଅଧିକାରୀ ତଥା ପୂର୍ବତନ ୫ଟି ସଚିବ ଭି.କେ. ପାଣ୍ଡିଆନଙ୍କୁ କମିଶନରେଟ୍ ପୁଲିସ ନୋଟିସ୍ ଜାରି କରିଛି। ନୋଟିସ୍ ଅନୁସାରେ, ସେ ଆଜି ସକାଳ ୧୧ଟାରେ ଭୁବନେଶ୍ୱର କ୍ୟାପିଟାଲ୍ ଥାନାରେ ହାଜର ହୋଇ ତଦନ୍ତରେ ସହଯୋଗ କରିବାର ନିର୍ଦ୍ଦେଶ ରହିଛି |ମାମଲାର ତଦନ୍ତ ସମୟରେ ସଂଗ୍ରହ ହୋଇଥିବା ତଥ୍ୟ ଆଧାରରେ ପାଣ୍ଡିଆନ ଏହି ଘଟଣା ସମ୍ପର୍କରେ କିଛି ତଥ୍ୟ ଜାଣିଥାଇପାରନ୍ତି ବୋଲି ପୁଲିସ ସନ୍ଦେହ କରୁଛି।

କ୍ୟାପିଟାଲ୍ ଥାନା ପକ୍ଷରୁ ଜାରି ହୋଇଥିବା ନୋଟିସ୍‌ରେ ପାଣ୍ଡିଆନଙ୍କୁଏସିପି ଜୋନ୍–୧ଙ୍କ ସମ୍ମୁଖରେ ହାଜର ହେବା ସହ ତଦନ୍ତ ପାଇଁ ଆବଶ୍ୟକ ସମସ୍ତ ଦସ୍ତାବେଜ, ରେକର୍ଡ ଓ ଇଲେକ୍ଟ୍ରୋନିକ୍ ଉପକରଣ ସାଙ୍ଗରେ ଆଣିବାକୁ କୁହାଯାଇଛି। ପୁଲିସ କହିଛି, ମାମଲାର ସମ୍ପୂର୍ଣ୍ଣ ସତ୍ୟାସତ୍ୟ ଉଦ୍ଘାଟନ ପାଇଁ ତାଙ୍କର ବୟାନ ଓ ସହଯୋଗ ନିହାତି ଭାବେ ଗୁରୁତ୍ୱପୂର୍ଣ୍ଣ । ସେଥିପାଇଁ ତଦନ୍ତ ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ନୋଟିସ୍‌ରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ, ଏହି ମାମଲାରେ ପୂର୍ବରୁ ପୂର୍ବତନ ଆଇଟି ସଚିବ ମନୋଜ ମିଶ୍ର ଏବଂ ପୂର୍ବତନ ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜେଶ ବର୍ମାଙ୍କୁ ମଧ୍ୟ କ୍ୟାପିଟାଲ୍ ଥାନା ନୋଟିସ୍ ଜାରି କରିଥିଲା। ମନୋଜ ମିଶ୍ର ଗତ ୧୮ ତାରିଖରେ ପୁଲିସ ସମ୍ମୁଖରେ ହାଜର ହୋଇ ବୟାନ ରେକର୍ଡ କରାଇଥିବାବେଳେ, ରାଜେଶ ବର୍ମା ଏପର୍ଯ୍ୟନ୍ତ ହାଜର ହୋଇନାହାନ୍ତି। ଏବେ ପାଣ୍ଡିଆନଙ୍କୁ ନୋଟିସ୍ ଜାରି ହେବା ପରେ ସିଏମ୍‌ଓ ଫାଇଲ୍ ଚୋରି ମାମଲାର ତଦନ୍ତ ଅଧିକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟକୁ ପହଞ୍ଚିଥିବା ଚର୍ଚ୍ଚା ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories