Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାତାଳୀ ଶ୍ରୀକ୍ଷେତ୍ର ରେ ଶ୍ରୀ ଜୀଉମାନଙ୍କର ଦିବ୍ୟ ସୁନାବେଶ

ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ର ପାତାଳି ଲୀଳା କ୍ଷେତ୍ର ରେ ପ୍ରଥମ ଥର ପାଇଁ ଶ୍ରୀ ଜୀଉ ମାନଂକର ଦିବ୍ୟ ରାଜ ରାଜେଶ୍ବର (ସୁନା ବେଶ ) ଅନୁଷ୍ଠିତ ହୋଇଯାଇଛି l ଗତକାଲି ବାହୁଡା଼ ରେ ତିନି ରଥ ଛଲିଆ ପାହାଡ଼ ର ସ୍ଵମନ୍ଦିର ଅଭିମୁଖେ ବାହାରି ପାଦ ଦେଶରେ ଅଟକି ରହିଥିଲା । ଆଜି ପବିତ୍ର ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ରଥ ଉପରେ ଶ୍ରୀ ଜୀଉ ମାନଂକର ଏହି ଦେବ ଦୁର୍ଲଭ ରାଜ ରାଜେଶ୍ଵର ବେଶ ଅନୁଷ୍ଠିତ ହୋଇ ଥିଲା l ଶ୍ରୀ ଜୀଉ ମାନେ ଶ୍ରୀ ଭୁଜ ଶ୍ରୀ ପୟର କିରିଟ ମକର କୁଣ୍ଡଳ, ପାନ ପତ୍ରୀ, ମାଳି ନାଟୁ ଆସି, ନାକ ଚଣା ଆଦି ରେ ବେଶ ମନୋଲୋଭା ଦେଖାଯାଉଥିଲେ l ଭକ୍ତ ଦର୍ଶନlର୍ଥୀ ଏହି ଲୋଭନୀୟ କମନିୟ ବେଶ ରେ ଠାକୁର ଙ୍କୁ ରଥ ଉପରେ ଭାବ ବିହ୍ଵଳ ହୋଇ ଦର୍ଶନ କରିଥିଲେ l ବେଶ ପରେ ଠାକୁର ମାନଂକୁ ଉପନ ଭୋଗ ନଈବେଦ୍ୟ ଭୋଗ ପାତାଳି ଶ୍ରୀକ୍ଷେତ୍ର ସେବାୟତ ସଙ୍ଘ ସଭାପତି ଗୋପାଳ ପଣ୍ଡା ଙ୍କ ନେତୃତ୍ୱ ରେ ସେବାୟତ ସଙ୍ଘ ର କର୍ମକର୍ତା ଓ ଟ୍ରଷ୍ଟି ସଦସ୍ୟ ମାନେ ସହଯୋଗ କରି ଥିଲେ l ଜିଲ୍ଲପାଳ ଡ଼ ନୃପରାଜ ସାହୁ ଙ୍କ ଦ୍ୱାରା ପ୍ରେରିତ ପଦ୍ମନାଭ ଭଜନ ସନ୍ଧ୍ୟା ସୁବର୍ଣ୍ଣପୁର ତରଫରୁ ଭଜନ କାର୍ଯ୍ୟକ୍ରମ ପରିବେଶ କୁ ଏକ ମନୋଜ୍ଞ ପରିବେଶ ସୃଷ୍ଟି ହୋଇଥିଲା l ଆଜି ର ଏ ସମସ୍ତ କାର୍ଯ୍ୟକ୍ରମ ରେ ଉଲୁଣ୍ଡା ତହସିଲଦାର ମମତା ମେହେର , ଏସଡିପିଓ ବୀରମହାରାଜପୁର ହେମନ୍ତ ରାଓ , ଟ୍ରଷ୍ଟି ସଭାପତି ଉତ୍ତର ପାତ୍ର, ପୂର୍ଣଚନ୍ଦ୍ର ପାଢୀ , ଜାନକୀ ଦେହୁରୀ, ନଳିନୀ ବାଘ ଓ ପାତାଳି ସେନା ର ସମସ୍ତ ସଦସ୍ୟ ସହଯୋଗ କରି ଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ