Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପୋଷ୍ଟକୁ ନେଇ ବିବାଦ, ‘ଡିଲିଟ୍ କରିବିନି’ କହିଲେ ଅପରାଜିତା ସଡ଼ଙ୍ଗୀଙ୍କ ଝିଅ

କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ଭୁବନେଶ୍ୱର ସାଂସଦ ଅପରାଜିତା ସଡ଼ଙ୍ଗୀଙ୍କ ଝିଅ ଅର୍ଚ୍ଚିତା ସଡ଼ଙ୍ଗୀଙ୍କ ଏକ Instagram ପୋଷ୍ଟ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ସମ୍ପର୍କିତ ଏକ ଖବରର ସ୍କ୍ରିନଶଟ୍ ସେ ନିଜ Instagram ଷ୍ଟୋରିରେ ସେୟାର କରିଥିଲେ। ପରେ ସେ ଆଉ ଏକ ପୋଷ୍ଟରେ ଲେଖିଥିଲେ, “DP’s PA ମୋ ମା’ଙ୍କୁ ମେସେଜ୍ କରି ମୋତେ ପୂର୍ବ ଷ୍ଟୋରି ଡିଲିଟ୍ କରିବାକୁ କହିବେ ବୋଲି ମୁଁ ଜାଣିଛି। କିନ୍ତୁ ମୁଁ ଏହାକୁ ଡିଲିଟ୍ କରିବିନି। ଜୟ ଜଗନ୍ନାଥ! ଜୟ ହିନ୍ଦ!” ଏହି ପୋଷ୍ଟ ପରେ ସୋସିଆଲ ମିଡିଆରେ ବିଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ତାଙ୍କ Instagram ଆକାଉଣ୍ଟ ଡିଆକ୍ଟିଭେଟ୍ ହୋଇଥିବା ଖବର ମଧ୍ୟ ସାମ୍ନାକୁ ଆସିଛି।

ଅନ୍ୟପଟେ ସାଂସଦ ଅପରାଜିତା ସଡ଼ଙ୍ଗୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମର୍ଥନରେ ବୟାନ ଦେଇ କହିଛନ୍ତି ଯେ, ସେ ନୈତିକ ଦାୟିତ୍ୱ ଗ୍ରହଣ କରି ସାହସିକତାର ସହ ଇସ୍ତଫା ଦେଇଛନ୍ତି। ଅପରାଜିତା ସଡ଼ଙ୍ଗୀ ପୂର୍ବତନ IAS ଅଧିକାରୀ ହୋଇଥିବା ବେଳେ ୨୦୨୪ ଲୋକସଭା ନିର୍ବାଚନରେ ଭୁବନେଶ୍ୱର ଆସନରୁ ବିଜୟୀ ହୋଇଥିଲେ।

ଧର୍ମେନ୍ଦ୍ର ପ୍ରଧାନ ନିଜ ଇସ୍ତଫା ପତ୍ରରେ କହିଛନ୍ତି ଯେ, ଦେଶର ଯୁବପିଢ଼ିଙ୍କ ଭବିଷ୍ୟତ ଏବଂ ଦେଶର ଏକତାକୁ ଦୃଷ୍ଟିରେ ରଖି ସେ ଏହି ନିଷ୍ପତ୍ତି ନେଇଛନ୍ତି, ଯାହାଦ୍ୱାରା କୌଣସି ରାଷ୍ଟ୍ରବିରୋଧୀ ଶକ୍ତି ପରିସ୍ଥିତିର ଫାଇଦା ଉଠାଇପାରିବେ ନାହିଁ। ଏପଟେ ଆନ୍ଦୋଳନର ନେତୃତ୍ୱ ନେଉଥିବା CJP ସଂଗଠନ କେନ୍ଦ୍ର ସରକାର ସେମାନଙ୍କ ସମସ୍ତ ଦାବି ମାନିଥିବା ଦାବି କରି ଆନ୍ଦୋଳନ ପ୍ରତ୍ୟାହାର କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories