Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି ରସଗୋଲା ଦିବସ: ରସଗୋଲା ଦେଇ ମା’ ମହାଲକ୍ଷ୍ମୀଙ୍କୁ ମନାଇବେ ‘ମହାପ୍ରଭୁ’

ପୁରୀ: ଆଜି ପବିତ୍ର ‘ନୀଳାଦ୍ରି ବିଜେ’ ଅବସରରେ ସମଗ୍ର ଓଡ଼ିଶାରେ ରସଗୋଲା ଦିବସ ପାଳନ କରାଯାଉଛି। ଶ୍ରୀଜଗନ୍ନାଥ ସଂସ୍କୃତିର ଏହି ଅନନ୍ୟ ପରମ୍ପରା ଅନୁଯାୟୀ, ରଥଯାତ୍ରା ସମୟରେ ମହାଲକ୍ଷ୍ମୀଙ୍କୁ ସାଙ୍ଗରେ ନ ନେଇ ଗୁଣ୍ଡିଚା ଯାଇଥିବାରୁ ଅଭିମାନ କରିଥିବା ଦେବୀଙ୍କ ମାନଭଞ୍ଜନ ପାଇଁ ମହାପ୍ରଭୁ ରସଗୋଲା ଅର୍ପଣ କରିଥାନ୍ତି। ଏହା ପରେ ମହାଲକ୍ଷ୍ମୀଙ୍କ କ୍ରୋଧ ଶାନ୍ତ ହୁଏ ଏବଂ ମହାପ୍ରଭୁଙ୍କୁ ଶ୍ରୀମନ୍ଦିରରେ ପ୍ରବେଶର ଅନୁମତି ମିଳେ।

ପୌରାଣିକ ପରମ୍ପରା ଅନୁସାରେ, ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହ ଗୁଣ୍ଡିଚା ମନ୍ଦିରକୁ ଯାଇଥିବାବେଳେ ଦେବୀ ମହାଲକ୍ଷ୍ମୀଙ୍କୁ ସାଙ୍ଗରେ ନେଇନଥିଲେ। ଏଥିରେ ଦେବୀ ଅଭିମାନ କରି ଶ୍ରୀମନ୍ଦିରରେ ରହିଥାନ୍ତି। ନବଦିନିଆ ଲୀଳା ସମାପ୍ତ କରି ନୀଳାଦ୍ରି ବିଜେ ଦିନ ମହାପ୍ରଭୁ ଫେରିବା ବେଳେ ରସଗୋଲା ଅର୍ପଣ କରି ଦେବୀଙ୍କୁ ପ୍ରସନ୍ନ କରନ୍ତି। ଏହି ଅନନ୍ୟ ଲୀଳା ଶ୍ରୀଜଗନ୍ନାଥ ସଂସ୍କୃତିର ଅତ୍ୟନ୍ତ ମଧୁର ଓ ଆକର୍ଷଣୀୟ ପରମ୍ପରା ଭାବେ ପରିଚିତ।

ଶ୍ରୀମନ୍ଦିର ପରମ୍ପରାରେ ବର୍ଷକୁ କେବଳ ନୀଳାଦ୍ରି ବିଜେ ଦିନ ହିଁ ରସଗୋଲା ଭୋଗ ଲାଗିଥାଏ। ଗବେଷକମାନଙ୍କ ମତରେ ଏହି ପରମ୍ପରାର ଇତିହାସ ପ୍ରାୟ ସାତଶହ ବର୍ଷ ପୁରୁଣା। ପଞ୍ଚଦଶ ଓ ଷୋଡ଼ଶ ଶତାବ୍ଦୀର ସାହିତ୍ୟରେ ମଧ୍ୟ ରସଗୋଲାର ଉଲ୍ଲେଖ ମିଳିଥାଏ। ମହାଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ମହାପ୍ରଭୁ ରସଗୋଲା ଅର୍ପଣ କରିଥିବା ଏହି ପବିତ୍ର ପରମ୍ପରାକୁ ସ୍ମରଣ କରି ପ୍ରତିବର୍ଷ ନୀଳାଦ୍ରି ବିଜେ ଦିନକୁ ‘ରସଗୋଲା ଦିବସ’ ଭାବେ ପାଳନ କରାଯାଏ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories