Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ ଙ୍କ ବିୟୋଗରେ ବିଜେଡି ପକ୍ଷରୁ ଶୋକସଭା

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବିଜୁ ଜନତା ଦଳ ପକ୍ଷରୁ ଭଟଲି ବିଧାନସଭା ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ ଙ୍କ ବିୟୋଗ ରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି l ସ୍ଥାନୀୟ ମୈତ୍ରୀ ସଦନ ଠାରେ ବିଜେଡି ବ୍ଲକ ସଭାପତି ସୁରୁନାରାୟଣ ମହାକୁର ଙ୍କ ସଭାପତିତ୍ବ ରେ ଆୟୋଜିତ ଶୋକ ସଭାରେ ରାଜ୍ୟ ବିଜୁ ଜନତାଦଳ ସମ୍ପାଦକ ନାରାୟଣ ଲୁହା, ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ସତ୍ୟଞ୍ଜୀବ ମିଶ୍ର, ବରିଷ୍ଠ ବିଜେଡି ନେତା ପ୍ରଦୀପ କୁମାର ମିଶ୍ର, ଚମ୍ପାମାଲ ସରପଞ୍ଚ ମହେନ୍ଦ୍ର ଜଗଦଲା, ଛାତ୍ର ବିଜେଡି ସଭାପତି ଭଗବାନ କର୍ଣ୍ଣ,, ପୂର୍ବତନ ହିଲୁଙ୍ଗ ସରପଞ୍ଚ କଲ୍ଲୋଳ ମିଶ୍ର, ଚମ୍ପାମାଲ ସମିତି ସଭ୍ୟ ଲକ୍ଷ୍ମୀନାରାୟଣ ପୁରୋହିତ, ବିଶ୍ୱବାସ ହୋତା ପ୍ରମୁଖ ଶତାଧିକ ବିଜେଡି କର୍ମୀ ସାମିଲ ହୋଇ ସ୍ବର୍ଗତ ସୁଶାନ୍ତ ସିଂଙ୍କ ସୃତି ଚାରଣ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ