ନଳୀନାକ୍ଷ ପଣ୍ଡା ଙ୍କ ଉତ୍ତରାଖଣ୍ଡ କାଶୀପୁର ଆଇ ଆଇ ଏମ୍ ସହକାରୀ ପ୍ରଫେସର ଭାବେ ଯୋଗଦାନ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବାଗବର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁମୁରସିଂହା ଗ୍ରାମର ନଳୀନାକ୍ଷ ପଣ୍ଡା, (୩0) ଉତ୍ତରାଖଣ୍ଡ କାଶୀପୁର ଆଇ ଆଇ ଏମ ରେ ଆସିଷ୍ଟାଣ୍ଟ ପ୍ରଫେସର ଭାବରେ ଯୋଗଦାନ କରିଥିବାର ଜଣାଯାଇଛି l ଜୁନ ୨୮ ଜାମସେଦପୁର ଏଚ. ଆର ବିଭାଗ ରୁ ଡ଼କ୍ଟରରେଟ ଡିଗ୍ରୀ ହାସଲ ପରେ ଉତ୍ତରାଖଣ୍ଡ କାଶୀପୁର ଆଇ ଆଇ ଏମ ରେ ଆସିଷ୍ଟାଣ୍ଟ ପ୍ରଫେସର ଭାବରେ ଆଜି ୨୭ ଜୁଲାଇ ଦିନ ୧0.୩0ମି ସମୟରେ କାର୍ଯ୍ୟ ଯୋଗଦାନ କରିଛନ୍ତି l ତାଙ୍କ ଧର୍ମପତ୍ନୀ ପୂଜାରାଣୀ ଦାଶ ବର୍ତମାନ ପି ଏଚ ଡି କରୁଥିବା ବେଳେ ତାଙ୍କୁ ସାଙ୍ଗରେ ଧରି ଯାଇଥିବା ଜଣାଯାଇଛି l ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କୁମୁରସିଂହା ଗ୍ରାମର ଏକ ଚାଷୀ ପରିବାର ର ଶ୍ରୀ ପଣ୍ଡା ହୋଇଥିବାବେଳେ ଆଜି ଏହି ସଫଳତା ପାଇଁ ତାଙ୍କ ପିତା ରମେଶ କୁମାର ପଣ୍ଡା, ମାତା ସୁଭାଷିନୀ ପଣ୍ଡା, ଏବଂ ମାମୁଁ ଦାମୋଦର ହୋତାଙ୍କୁ ଶ୍ରେୟ ଦେଇଛନ୍ତି l ଖବର ପ୍ରସାରଣ ପରେ ଶୁଭେଛୁ,ବନ୍ଧୁ ବର୍ଗ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି l

