Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସିଏମ୍‌ଓରୁ ନାଇଡୁ କମିସନ୍‌ ଫାଇଲ୍‌ ଗାଏବ ହେବା ଘଟଣା : କ୍ରାଇମବ୍ରାଞ୍ଚରେ ନୂଆ କେସ୍‌ ରୁଜୁ, ତଦନ୍ତ ଆରମ୍ଭ

ଭୁବନେଶ୍ୱର:ସିଏମ୍‌ଓରୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟାକାଣ୍ଡ ସମ୍ପର୍କିତ ନାଇଡୁ କମିସନ୍‌ର ଫାଇଲ୍‌ ଗାଏବ ଘଟଣାର ତଦନ୍ତ ଏବେ କ୍ରାଇମବ୍ରାଞ୍ଚ କରୁଛି । ଘଟଣାର ନିରପେକ୍ଷ ଓ ଟିକନିଖ ଯାଞ୍ଚ ପାଇଁ ଭୁବନେଶ୍ୱର କ୍ୟାପିଟାଲ ଥାନାରେ ରୁଜୁ ହୋଇଥିବା କେସ୍‌ ନଂ–୪୬୦/୨୦୨୬ର ତଦନ୍ତ ଭାର ଓଡ଼ିଶା କ୍ରାଇମବ୍ରାଞ୍ଚ, କଟକକୁ ଦିଆଯାଇଛି |

ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶକ୍ରମେ କ୍ରାଇମବ୍ରାଞ୍ଚ ଏହି ମାମଲାକୁ ପୁନଃ ରୁଜୁ କରି ସିଆଇଡି-ସିବି ପିଏସ୍‌ କେସ୍‌ ନଂ–୦୯/୨୦୨୬ (ତାରିଖ ୨୮.୦୭.୨୦୨୬) ଭାବେ ନଥିଭୁକ୍ତ କରିଛି। ଏହି ମାମଲାରେ ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା ୩୦୫, ୩୧୬(୨), ୨୩୮(ସି), ୨୪୧ ଏବଂ ୬୧(୨)(ବି) ଅନୁଯାୟୀ ଅପରାଧ ରୁଜୁ କରାଯାଇଛି।

ଏହି ମାମଲାର ତଦନ୍ତ ଦାୟିତ୍ୱ କ୍ରାଇମବ୍ରାଞ୍ଚର ଉପ-ପୁଲିସ ଅଧିକ୍ଷକ ଆଶୁତୋଷ ମିଶ୍ରଙ୍କୁ ପ୍ରଦାନ କରାଯାଇଥିବାବେଳେ, କ୍ରାଇମବ୍ରାଞ୍ଚ ଏସ୍‌ପି ଅନିରୁଦ୍ଧ ରାଉତରାୟ ତଦନ୍ତର ପ୍ରଗତି ଉପରେ ସମୀକ୍ଷା ଓ ପର୍ଯ୍ୟବେକ୍ଷଣ କରିବେ। ପିଏମ୍‌ଆର୍‌ ଅନୁଯାୟୀ ତଦନ୍ତ ଓ ଅଭିଯୋଗ ପରିଚାଳନା ସମ୍ପର୍କିତ ସମସ୍ତ ଆଇନଗତ କ୍ଷମତା ସମ୍ପୃକ୍ତ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି। ବର୍ତ୍ତମାନ କ୍ରାଇମବ୍ରାଞ୍ଚ ପକ୍ଷରୁ ମାମଲାର ବିସ୍ତୃତ ତଦନ୍ତ ଜାରି ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ