Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସିଏମ ଅଫିସରୁ ଫାଇଲ୍ ହଜିବା ଘଟଣା: ତଦନ୍ତ ଶେଷ ପର୍ଯ୍ୟାୟରେ, ବଡ଼ ସୂଚନା ଦେଲେ ସୁରେଶ ପୂଜାରୀ

ଭୁବନେଶ୍ୱର: ସିଏମଓରୁ ଗୁରୁତ୍ୱପୂର୍ଣ୍ଣ ଫାଇଲ୍ ନିଖୋଜ ଘଟଣାର ତଦନ୍ତ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ନେଇ ବଡ଼ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି, ଫାଇଲ୍ ଗ୍ରହଣ ସମୟରେ ଦସ୍ତଖତ କରିଥିବା ସମ୍ପୃକ୍ତ ଅଧିକାରୀଙ୍କୁ ଚିହ୍ନଟ କରାଯାଇଛି। ବର୍ତ୍ତମାନ ଫାଇଲ୍‌ଟି କେଉଁ କେଉଁ ଅଧିକାରୀଙ୍କ ପାଖକୁ ଯାଇଥିଲା ଏବଂ କେଉଁ କେଉଁ ପର୍ଯ୍ୟାୟ ଦେଇ ଗତି କରିଥିଲା, ସେନେଇ ବିସ୍ତୃତ ଅନୁସନ୍ଧାନ ଚାଲିଛି।

ମନ୍ତ୍ରୀ କହିଛନ୍ତି,ଏହି ମାମଲାରେ ଯେଉଁ ଅଧିକାରୀ କିମ୍ବା ବ୍ୟକ୍ତିଙ୍କ ସମ୍ପୃକ୍ତି ମିଳିବ,ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ। କୌଣସି ଦୋଷୀଙ୍କୁ ବି ଛଡ଼ାଯିବ ନାହିଁ | ତଦନ୍ତ ସମ୍ପୂର୍ଣ୍ଣ ନିରପେକ୍ଷ ଓ ଆଇନ ଅନୁଯାୟୀ କରାଯାଉଥିବା ବେଳେ ପ୍ରତ୍ୟେକ ପର୍ଯ୍ୟାୟକୁ ଯାଞ୍ଚ କରାଯାଉଛି।

ସୁରେଶ ପୂଜାରୀ ଆହୁରି କହିଛନ୍ତି, ଯେଉଁମାନେ ଏପର୍ଯ୍ୟନ୍ତ ତଦନ୍ତରେ ସହଯୋଗ କରିବାକୁ ଆସିନାହାନ୍ତି, ସେମାନଙ୍କୁ ପରବର୍ତ୍ତୀ ପର୍ଯ୍ୟାୟରେ ଡକାଯିବ। ଆବଶ୍ୟକ ପଡ଼ିଲେ ବିଦେଶରେ ଥିବା ବ୍ୟକ୍ତିଙ୍କୁ ମଧ୍ୟ ଆଇନଗତ ପ୍ରକ୍ରିୟାରେ ତଦନ୍ତରେ ସାମିଲ କରାଯିବ। ସିଏମଓରୁ ଫାଇଲ୍ ନିଖୋଜ ଭଳି ସମ୍ବେଦନଶୀଳ ଘଟଣାକୁ ସରକାର ଗୁରୁତ୍ୱର ସହ ନେଇଥିବା ବେଳେ ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାରୁ ଆଗାମୀ ଦିନରେ ଏହି ମାମଲାରେ ଅଧିକ ତଥ୍ୟ ସାମ୍ନାକୁ ଆସିବାର ସମ୍ଭାବନା ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories