Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମା’ ଭଟ୍ଟାରିକା ଓ ବାବା ସିଂହନାଥ ପୀଠରେ ଲାଗୁ ହେଲା BNS-163 ; ବନ୍ୟା ସ୍ଥିତିରେ ସୁଧାର ନ ଆସିବା ଯାଏଁ ମନ୍ଦିରକୁ ଶ୍ରଦ୍ଧାଳୁଙ୍କ ପ୍ରବେଶ ମନା

ଭୁବନେଶ୍ୱର: ଓଡ଼ିଶାରେ ବନ୍ୟା ପରିସ୍ଥିତି ଗମ୍ଭୀର ରହିଥିବାବେଳେ ଉତ୍ତର, ଉପକୂଳ ଓ ପଶ୍ଚିମ ଓଡ଼ିଶାର ଅନେକ ଜିଲ୍ଲା ଜଳବନ୍ଦୀ ହୋଇପଡ଼ିଛି। ମହାନଦୀରେ ମଧ୍ୟମ ଧରଣର ବନ୍ୟା ଜାରି ରହିଥିବାବେଳେ ଏହାର ପ୍ରଭାବ କଟକ ଜିଲ୍ଲା ବଡ଼ମ୍ବା ଅଞ୍ଚଳରେ ମଧ୍ୟ ପଡ଼ିଛି। ଲଗାଣ ବର୍ଷା ଯୋଗୁଁ ନଦୀର ଜଳସ୍ତର ବଢ଼ି ବିଭିନ୍ନ ତଳିଆ ଅଞ୍ଚଳ ସହ ମା’ ଭଟ୍ଟାରିକା ମନ୍ଦିର ପରିସରରେ ବନ୍ୟାଜଳ ପ୍ରବେଶ କରିଛି।

ମା’ ଭଟ୍ଟାରିକାଙ୍କ ମନ୍ଦିର ଗର୍ଭଗୃହରେ ପ୍ରାୟ ୫ ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଥିବାରୁ ପ୍ରଶାସନ ପକ୍ଷରୁ ମା’ ଭଟ୍ଟାରିକା ପୀଠ ଓ ବାବା ସିଂହନାଥ ପୀଠରେ BNS-163 ଧାରା ଲାଗୁ କରାଯାଇଛି। ବନ୍ୟା ପରିସ୍ଥିତି ସୁଧୁରିବା ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ କଟକଣା ଜାରି ରହିବ। ଭିଡ଼ ନିୟନ୍ତ୍ରଣ ଓ ସୁରକ୍ଷା ଦୃଷ୍ଟିରୁ ଏହି ପଦକ୍ଷେପ ନିଆଯାଇଥିବା ପ୍ରଶାସନ ସୂଚନା ଦେଇଛି।

ପରମ୍ପରା ଓ ନୀତିନିୟମ ଅନୁଯାୟୀ ସେବାୟତମାନେ ମା’ ଭଟ୍ଟାରିକାଙ୍କ ଚଳନ୍ତି ପ୍ରତିମାକୁ ସୁରକ୍ଷିତ ଭାବେ ନିକଟସ୍ଥ ରତ୍ନଗିରି ପାହାଡ଼ରେ ଥିବା ଅସ୍ଥାୟୀ ଶିବିରକୁ ସ୍ଥାନାନ୍ତର କରିଛନ୍ତି। ମନ୍ଦିର ପରିସରର ସ୍ଥିତି ଉପରେ ସ୍ଥାନୀୟ ପ୍ରଶାସନ ଓ ଦେବୋତ୍ତର ବିଭାଗ ନିରନ୍ତର ନଜର ରଖିଛନ୍ତି। ଏଥିସହ ଭକ୍ତମାନଙ୍କୁ ଅନାବଶ୍ୟକ ଭିଡ଼ ନ କରିବା ଓ ପ୍ରଶାସନର ନିର୍ଦ୍ଦେଶ ପାଳନ କରିବାକୁ ଅନୁରୋଧ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories