ଅ ପରିଚିତ ମହିଳା ଙ୍କ ମୃତଦେହ ଉଦ୍ଧାର l
ଅସ୍ତରଙ୍ଗ,, ପୁରୀଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧୀନ ତାଳଦା ଜି ପି ର ରିସଲ ଗ୍ରାମ ନିକଟ ଦେବୀ ନଦୀରେ ଗୁରୁବାର ଦିନ ସକାଳେ ଏକ ମହିଳା ଙ୍କ ମୃତ ଶରୀର ନଦୀ କୁଳରେ ଥିବା ଏକ ଗଛ ଦେହରେ ଲାଗି ଥିବାର କିଛି ଲୋକ ଦେଖିବାକୁ ପାଇ ଥିଲେ l ଏହି ଖବର ଟି ପ୍ରଚାରିତ ହେବା ପରେ, କୌଣସି ସୂତ୍ରରୁ ଅସ୍ତରଙ୍ଗ ପୋଲିସ ଖବର ପାଇ ଅସନ ଗ୍ରାମ ନିକଟ ରେ ପହଞ୍ଚି, ଏକ ଯନ୍ତ୍ର ଚଳିତ ଡଙ୍ଗାରେ ଦେବୀ ନଦୀର ଆର ପାରିକୁ ଯାଇ, ଡ଼ଙ୍ଗା ଦ୍ଵାରା ଗଳିତ ଶବକୁ ଆଣି, ଅସନ ଗ୍ରାମ ଠାରୁ ଏକ ଆମ୍ବୁଲାନ୍ସ ଯୋଗେ ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ କେନ୍ଦ୍ର କୁ ଆଣିଲା ପରେ ଡ଼କ୍ଟର ଉକ୍ତ ୫୫ ବର୍ଷିୟା ମହିଳା ଙ୍କୁ ମୃତ ଘୋଷଣା କରି ମହିଳା ଙ୍କ ଶବ ବ୍ୟବଛେଦ ନିମନ୍ତେ ପୁରୀ ପଠାଇ ବା ସହ, ଚିହ୍ନଟ ନିମନ୍ତେ କିଛି ଦିନ ଫ୍ରିଜର ରେ ରଖିବା ପାଇଁ କହିଥିଲେ l ଅସ୍ତରଙ୍ଗ ଥାନା ୬/୨୦୨୬ ରେ ଏକ ଅପମୃତ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ବୋଲି ଏ ଏସ ଆଇ ପ୍ରଶାନ୍ତ କୁମାର ସାମନ୍ତରାୟ ଓ ସିପାହି ସଂଜୀବ କୁମାର ନାୟକ ପ୍ରକାଶ କରି ଛନ୍ତି l ଏଠାରେ ପ୍ରକାଶ ଯୋଗ୍ୟ ଜେ, ଦେବୀ ନଦୀରେ ବର୍ତ୍ତମାନ ବନ୍ୟା ବା ଜଳ ଭର ପୁର ରହି ଥିବାରୁ ନଦିର ପ୍ରଖର ସ୍ରୋତ ରେ ଏହି ମହିଳା ଭାସି ଆସି ଲାଗିଥିବା ଅନୁମାନ କରା ଯାଉ ଅଛି l

