ବୀରମହାରାଜପୁର ତ୍ରିବେଣୀ ଛକ ଷ୍ଟେଟ୍ ବ୍ୟାଙ୍କ ସମୁଖ ରାସ୍ତାରେ ବିରାଟ ଗର୍ତ୍ତ ଥିବାରୁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଥିବା ଯୋଗୁଁ ଶୀଘ୍ର ମରାମତି ପାଇଁ ଦାବି
ବୀରମହାରାଜପୁର : ବୀରମହାରାଜପୁର ତ୍ରିବେଣୀ ଛକଠାରେ ଥିବା ଏସ ବି ଆଇ ଶାଖା ସମ୍ବୁଖ ମୁଖ୍ୟ ରାସ୍ତା ଉପରେ ଏକ ବିରାଟ ଗର୍ତ୍ତ ଥିବା ବେଳେ ଉକ୍ତ ଗର୍ତ୍ତ ରେ ପଡି ବିଭିନ୍ନ ସମୟ ରେ ଛୋଟ ବଡ଼ ଦର୍ଘଟଣା ଘଟୁ ଥିବା ନଜିର ରହିଛି l ପ୍ରାପ୍ତ ସୂଚନା ଆନୁଶାରେ ବୀରମହାରାଜପୁର ତ୍ରିବେଣୀ ଛକ ରୁ ଅମରପାଲି ପର୍ଯ୍ୟନ୍ତ ତିଆରି ହୋଇଥିବା ରାସ୍ତା ର ବୀରମହାରାଜପୁର ଏସ ଵି ଆଇ ଓ ଦୁର୍ଗା ମନ୍ଦିର ସମ୍ବୁଖ ରାସ୍ତା ରେ ଗତ କିଛି ମାସ ହେବ ଏକ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି l ଉକ୍ତ ରାସ୍ତା ଦେଇ ଦୈନିକ ଶତାଧିକ ଛାତ୍ର ଛାତ୍ରୀ ବାଳକ ଉଚ୍ଚ ବିଦ୍ୟାଳୟ, କଲେଜ, ଉପଖଣ୍ଡ ଡାକ୍ତରଖାନା, ବିଦ୍ୟୁତ କାର୍ଯ୍ୟାଳୟ , ଉପ ଜିଲ୍ଲାପାଳ କାର୍ଯ୍ୟଳୟ, କୃଷି କାର୍ଯ୍ୟାଳୟ ରହିଛି I ବିଭିନ୍ନ ଜନ ସମାଗମ ରହୁଥିବା କାର୍ଯ୍ୟାଳୟ ଏବଂ ଏହି ରାସ୍ତା ଟି ରେ ଦୈନିକ ହଜାର ହଜାର ଲୋକ ବାଇକ, ସାଇକେଲ ରେ ଯିବା ଆସିବା କରୁଥିବl ବେଳେ ଉକ୍ତ ରାସ୍ତା ଦେଇ ବସ, ଟ୍ରକ୍ ଆଦି ଭାରି ଯାନବାହାନ ମଧ୍ୟ ଯିବା ଆସିବା କରୁଛି l ଉକ୍ତ ଗର୍ତ୍ତ ଟି ବେଶ କିଛି ମାସ ହେବ ରହିଥିଲେ ମଧ୍ୟ ପ୍ରଶାସନ ର ନଜର ପଡୁ ନଥିବା ଅଭିଯୋଗ ହେଉଛି l ଏହି ରାସ୍ତା ଟି ନିର୍ମାଣ ସମୟ ରେ ରହିଥିବା ତ୍ରୁଟି ଯୋଗୁଁ ଏହି ଅବସ୍ଥା ରହିଥିବା ବେଳେ ଅନେକ ପଥଚାରି ଦୁର୍ଘଟଣା ଘଟି ଆହତ ହୋଇଥିବା ବେଳେ ଗାଡି ସାଇକେଲ ଭାଙ୍ଗି ଅଯଥା ଖର୍ଚ୍ଚାନ୍ତ ହେବାକୁ ପଡୁଥିବା ଦେଖାଯାଇଛି l ଗତ କିଛି ଦିନ ପୁର୍ବ ରୁ ଜୈନିକ ବ୍ୟକ୍ତି ନିଜସ୍ୱ ଉଦ୍ୟମ ରେ ସିମେଣ୍ଟ କଂକ୍ରିଟ ଦେଇଥିଲେ ହେଲେ ଉକ୍ତ ରାସ୍ତା ନିର୍ମାଣ ସମୟ ରେ ଦୃଟି ଯୋଗୁଁ ସିମେଣ୍ଟ କଂକ୍ରିଟ ମଧ୍ୟ ଖସି ପୁଣି ଗର୍ତ୍ତ ହୋଇ ବିପଦ ସୃଷ୍ଟି କରୁଛି l ତୁରନ୍ତ ପ୍ରସାଶନ ଦୃଷ୍ଟି ଦେଇ ଉକ୍ତ ଗର୍ତ୍ତ ଟି ମରାମତି କରିବାକୁ ସାଧାରଣ ରେ ଦାବି ହେଉଛି l

