Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ବରିଷ୍ଠ ନାଗରିକ ସଂଗଠନ ର ପ୍ରତିଷ୍ଠାତା ସଦସ୍ୟ ପ୍ରସନ୍ନ ତ୍ରିପାଠୀ ଆଉ ନାହାନ୍ତି

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳର ଜଣାଶୁଣା ସମାଜସେବୀ ତଥା ବରିଷ୍ଠ ନାଗରିକ ସଂଗଠନ ର ପ୍ରତିଷ୍ଠାତା ସଦସ୍ୟ ପ୍ରସନ୍ନ କୁମାର ତ୍ରିପାଠୀଙ୍କ ଆଜି ଦେହାନ୍ତ l ସେ ଜଣେ ପରୋପକାରୀ ସାମାଜ ସେବୀ ଭାବେ ପରିଚିତ ଥିଲେ l ଶ୍ରୀ ତ୍ରିପାଠୀ ବୀରମହାରାଜପୁର ବରିଷ୍ଠ ନାଗରିକ ସଂଗଠନ ର ପ୍ରତିଷ୍ଠା ସଦସ୍ୟ l ଔଷଧ ଦୋକାନ କରି ସମସ୍ତ ଙ୍କ ପ୍ରିୟ ଥିଲେ I ଦିର୍ଘ ଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗ ରେ ପୀଡିତ ଥିଲେ I ତାଙ୍କର ମୃତ୍ୟୁ ଖବର ପ୍ରକାଶ ପାଇବା ପରେ ବହୁ ବୁଦ୍ଧିଜୀବୀ , ବରିଷ୍ଠ ନାଗରିକ , ରାଜନେତା ଆଦି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ I ଆଜି ଖବର ପାଇ ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା l ବରିଷ୍ଠ ନାଗରିକ ସଂଗଠନର ସଭାପତି ଦୟାନିଧି ହୋତା, ପୁର୍ବତନ ସଭାପତି କୃଷ୍ଣଚନ୍ଦ୍ର ପାଢୀ, ବରିଷ୍ଠ ସଦସ୍ୟ ଗୋପିନାଥ ମହାକୁର, ସୌମିତ୍ରି ମେହେର ଙ୍କ ସମେତ ସଂଘ ର ବହୁ ସଦସ୍ୟ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ