Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର କଲ୍ଯାଣ ମଣ୍ଡପ ଠାରେ ଭୀମଭୋଇ କଳା ନିକେତନ ପକ୍ଷରୁ ସମ୍ବଲପୁରୀ ଦିନ ପାଳିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର କଲ୍ୟାଣ ମଣ୍ଡପ ଠାରେ ସମ୍ବଲପୁରୀ ଦିନ ପାଳିତ ହୋଇଯାଇଛି l ଭୀମଭୋଇ କଳାନିକେତନ ପ୍ରତିଷ୍ଠାତା ମଦନ ସୁନ୍ଦର ଭୋଇଙ୍କ ଉଦ୍ୟମକ୍ରମେ ଆଜି କବି ସତ୍ୟନାରାୟଣ ବହିଦାରଙ୍କ ଜନ୍ମଦିନକୁ ସମ୍ବଲପୁରୀ ଦିନ ଭାବରେ ପାଳନ କରାଯାଇଛି l ଶନିବାର ଉକ୍ତ କାର୍ଯ୍ୟକ୍ରମକୁ କବି ଅକ୍ଷୟ ରାଏ ସଂଯୋଜନା କରିଥିବାବେଳେ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରିଥିଲେ l ସମ୍ମାନିତ ଅତିଥି ଭାବରେ କିଶୋର ହୋତା, ଅଧ୍ୟାପକ ସୁଧାଂଶୁ ପଧାନ, ବୀରମହାରାଜପୁର ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ନିରଞ୍ଜନ ଦାଶ, ଲୁତୁରପଙ୍କ ସରପଞ୍ଚ ସୂର୍ଯ୍ୟ ନନ୍ଦ, ପଙ୍କଜ ଖମାରୀ, ପ୍ରଦୀପ ଜଗଦଲା, ପ୍ରଦୀପ ବଢ଼େଇ ପ୍ରମୁଖ ଯୋଗଦେଇ ଥିବାବେଳେ ଯୁଧିଷ୍ଠିର ଖମାରୀ ମୁଖ୍ୟବକ୍ତା ଭାବରେ ଯୋଗଦେଇ ସମ୍ବଲପୁରୀ ଦିନ ର ତାତ୍ପର୍ଯ୍ୟ ଉପରେ କହିଥିଲେ l ସଭା ପ୍ରାରମ୍ଭରେ ରେ ଏକ ସମ୍ବଲପୁରୀ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା l ସମ୍ବଲପୁରୀ କଣ୍ଠଶିଳ୍ପୀ ପୀତବାସ ଶତପଥି, ସୁଦର୍ଶନ ବିଶ୍ୱାଳ, କର୍ଣ୍ଣରାଜ, କାର୍ତ୍ତିକ ଭୁକ୍ତା, ମଦନ ସୁନ୍ଦର ଭୋଇ,କୀର୍ତ୍ତି ଜଗଦଲା ପ୍ରମୁଖ ସମ୍ବଲପୁରୀ ଗୀତ ପରିବେଷଣ କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଘିଚାପାଲି ପ୍ରାଥମିକ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ l କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିବା ସମସଙ୍କୁ ଟ୍ରଫି ଓ ମାନପତ୍ର ଦେଇ ସମ୍ୱର୍ଦ୍ଧନା ଦିଆଯାଇଥିଲା

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ