ସୁବଳୟା ବରିଷ୍ଠ ନାଗରିକ ସଂଘ ପକ୍ଷରୁ ସମ୍ବଲପୁରୀ ଦିବସ ପାଳିତ
ବୀରମହାରାଜପୁର : ସୁବର୍ଣ୍ଣପୁର ଜ଼ିଲ୍ଲା ସୁବଳୟା ବରିଷ୍ଠ ନାଗରିକ ସଂଘ ତରଫରୁ ଆଜି ସମ୍ବଲପୁରୀ ଦିନ ପାଳିତ ହୋଇଯାଇଛି l ଶନିବାର ସଂଘର ସଭାପତି ଭୋଳାନାଥ କର୍ମୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭାରେ ପୂର୍ବତନ ସଭାପତି ନାରାୟଣ ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ l ସଭାରେ ସମ୍ବଲପୁରୀ ଭାଷା ଓ ବ୍ୟାକରଣର ସ୍ରଷ୍ଟା ସ୍ବର୍ଗତ ସତ୍ୟନାରାୟଣ ବହିଦାରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା l ସମ୍ବଲପୁରୀ ଭାଷା, ସଂସ୍କୃତି, ପୋଷାକ ଓ ସାହିତ୍ୟ ର ଏକ ସ୍ୱତନ୍ତ୍ର ପରିଚୟ ରହିଛି ବୋଲି ସଭ୍ୟ ମାନେ ମତବ୍ୟକ୍ତ କରିଥିଲେ l ସମ୍ବଲପୁରୀ ଭାଷାକୁ ସାମ୍ବିଧାନିକ ମର୍ଯ୍ୟାଦା ପ୍ରଦାନ କରିବା ପାଇଁ ସରକାରଙ୍କୁ ଅନୁରୋଧ କରାଯାଇଥିଲା l ଶେଷରେ ସମ୍ପାଦକ ଗୌରାଙ୍ଗ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l ଏହି ସଭାରେ ନନ୍ଦ କିଶୋର ମିଶ୍ର, ସରପଞ୍ଚ ପ୍ରମୋଦ ମହାପାତ୍ର, ସୁରେନ୍ଦ୍ର ସାହୁ, ଶ୍ରୀନିବାସ ମହାକୁର, ଜଗନ୍ନାଥ ନାୟକ ଓ ରମେଶ ମହାଣା ପ୍ରମୁଖ ଉପସ୍ଥିତ ଥିଲେ l

