Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ମହାବିଦ୍ୟାଳୟ ରେ ଷ୍ଟାଟଅପ କାର୍ଯ୍ୟକ୍ରମ ଆୟୋଜିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହାବିଦ୍ୟାଳୟ ରେ ଷ୍ଟାଟଅପ ଓଡିଶା କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇ ଯାଇଛି l ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼କ୍ଟର ହିମାଂଶୁ ଶେଖର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମକୁ ସୁଶ୍ରୀ ପ୍ରିୟଦର୍ଶିନୀ ପଣ୍ଡା କାର୍ଯ୍ୟକ୍ରମର ସଂଯୋଜନା କରିଥିବାବେଳେ ମହାବିଦ୍ୟାଳୟର ପୁରାତନ ଛାତ୍ର ସଙ୍ଘର ସମ୍ପାଦକ ସମାଜସେବୀ କିଶୋର ହୋତା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସଫଳ ଉଦ୍ୟମୀ ହେବାକୁ ହେଲେ ଦୃଢ ମନୋବଳର ଆବଶ୍ୟକତା ରହିଛି ବୋଲି ପ୍ରକାଶ କରିଥିଲେ l ମୁଖ୍ୟ ବକ୍ତା ଭାବରେ ମତ୍ସ୍ୟଚାଷ ବିଶେଷଜ୍ଞ ସୁଶୀଲ ପାଣିଗ୍ରାହୀ ଯୋଗଦେଇଥିଲେ l ଉକ୍ତ କାର୍ଯ୍ୟକ୍ରମକୁ ଅଧ୍ୟାପକ ମାଧବ ପଧାନ ଆୟୋଜନ କରିଥିବାବେଳେ ଯୁକ୍ତ ୩ ଛାତ୍ର ଜିତେନ୍ଦ୍ର ମହାପାତ୍ର, ଯୁକ୍ତ ୩ ପ୍ରଥମ ବର୍ଷ ଛାତ୍ରୀ ନୀଳିମା ବାଘ, ସୁଶ୍ରୀ ଶୁଚିସ୍ମିତା ଭୋଇ ପ୍ରମୁଖ ଷ୍ଟାଟଅପ ପ୍ରକଳ୍ପ ଉପସ୍ଥାପନ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ଅଧ୍ୟାପିକା ଯାମିନୀ ଦାଶ , ଦୀପକ ଟପ୍ପୋ , ଜିତେନ୍ଦ୍ର ସାହୁ , ଅଧ୍ୟାପିକା ସୁପ୍ରଭା ନନ୍ଦଙ୍କ ସମେତ ଶତାଧିକ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ l ଶେଷରେ ଅଧ୍ୟାପିକା ପୂଜାରାଣୀ ମେହେର ଧନ୍ୟବାଦ ଅର୍ପଣ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ