Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯୋଗ ସଂସ୍ଥାନ ପୁରୀ ର ଲଲାଜୀ ଙ୍କ ଜନ୍ମଦିନ ପାଳିତ

ଅସ୍ତରଙ୍ଗ,ଗୁରୁବାର ଦିନ ଭାରତୀୟ ଯୋଗ ସଂସ୍ଥାନ ପୁରୀ ଯୋଗ ଜିଲ୍ଲା ତରଫରୁ ସଂସ୍ଥାପକ ସ୍ବର୍ଗତ ପ୍ରକାଶ ଲାଲ ଜୀଙ୍କର ୧୭ ତମ ସ୍ମୃତି ଦିବସ ସ୍ଥାନୀୟ କ୍ରୀଷ୍ଣା ଗାର୍ଡେନରେ ପ୍ରାତଃ ୫.୩୦ ମିନିଟ ରୁ ୭.୩୦ ମଧ୍ୟରେ ପାଳିତ ହୋଇଯାଇଛି l ପୁରୀ ଯୋଗ ଜିଲ୍ଲାର ମୁଖ୍ୟ ଶ୍ରୀ ମନମୋହନ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସ୍ମୃତିଦିବସ ପାଳନ କରାଯାଇ ଥିଲା ଏହି ଦିବସରେ ଜିଲ୍ଲା ମନ୍ତ୍ରୀ ସଦାଶିବ ଦାଶ ମଞ୍ଚ ପରିଚାଲନା କରିଥିଲେ l ଅଧିକାରୀ ଅନନ୍ତ ଚରଣ ମଲ୍ଲିକ,ପଞ୍ଚାନନ ବେହେରା,ପ୍ରଦୀପ୍ତ କୁମାର ମହାନ୍ତି,ପ୍ରକାଶ କୁମାର ଜେନା ମଧ୍ୟ ମଞ୍ଚରେ ଆସନ ଗ୍ରହଣ କରିଥିଲେ ଥିଲା ବେଳେ,ଯୋଗ ଜିଲ୍ଲାର ୭୦ ଜଣ ଅଂଶ ଗ୍ରହଣ କରିଥିଲେ ଓ ପ୍ରକାଶ ଲାଲ ଙ୍କୁ ଶ୍ରଧା ସୁମନ ଅର୍ପଣ କରାଯିବା ସହ ତାଙ୍କର ସ୍ମୃତି ଚାରଣ କରାଯାଇଥିଲା l ସେ ୧୦.୪.୧୯୬୭ ତାରିଖରେ ଦିଲ୍ଲୀ ବିଶ୍ଵବିଦ୍ୟାଳୟ ସନ୍ନିକଟ ଚୌଭୂର୍ଜି ପାହାଡ଼ରେ ପ୍ରଥମ ଯୋଗ କେନ୍ଦ୍ର ଖୋଲିଥିଲେ l ତାହା ୫୯ ବର୍ଷ ଭିତରେ ଦେଶ ଓ ବିଦେଶରେ ମିଶି ୪୫୦୦ଟି କେନ୍ଦ୍ରରେ ପରିଣ ତ ହେଲାଣି l ସଂସ୍ଥାନର ମୁଖ୍ୟ ଲକ୍ଷ୍ୟ ଜିଓ ଅର୍ ଜୀବନ ବା ,ସର୍ବେ ଭବନ୍ତୁ ସୁଖିନଃ ସବେ ସନ୍ତୁ ନିରାମୟ, ବସୁଧେବ କୁଟମ୍ବକମ୍ l ସମାଜରେ ନିଃଶୁକ୍ଳ ଯୋଗ ସାଧନା କେନ୍ଦ୍ର ମାଧ୍ୟମରେ ସୁସ୍ଥ ସମାଜ ଗଠନ କରିବା ଏହାର ଲକ୍ଷ୍ୟ l ଏହି ଦିବସରେ କେନ୍ଦ୍ର ପ୍ରମୁଖ ସୁଶାନ୍ତ ମହାପାତ୍ର,ବିଭୂତି ପଟ୍ଟନାୟକ,କୁନ୍ତିଲତା ପ୍ରଧାନ, ଉପକେନ୍ଦ୍ର ପ୍ରମୁଖ ରୀନାରାଣୀ ସେନାପତି, ସ୍ଵପ୍ନା ପ୍ରଧାନ ଯୋଗଦାନ କରି ବିଭିନ୍ନ ବକ୍ତବ୍ୟ ରଖି ଥିଲେ l ରାଜକିଶୋର,ଯ୍ୟୋତ୍ନାରାଣି,ସଂଯୁକ୍ତା ,ପ୍ରମିଳା,ପ୍ରତିମା,ସୁରେନ୍ଦ୍ର ପ୍ରଧାନ ଭଜନ ପରିବେଷଣ କରିଥିଲେ.ପ୍ରକାଶ ଜେନା ଧନ୍ୟବାଦ୍ ପ୍ରଦାନ କରି ଥିଲେ l ସାମୁହିକ ଭାଜନ ପରେ ପ୍ରସାଦ ସେବନ କରା ଯାଇ ଥିଲା l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ