Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଳାହାଣ୍ଡିରେ ବରିଷ୍ଠ ବିଜେପି ନେତାଙ୍କୁ ହତ୍ୟା! ୨ ଜଣଙ୍କୁ ଅଟକ ରଖି ପୁଲିସର ତନାଘନା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାର ମଦନପୁର ରାମ୍ପୁର ଥାନା ଅନ୍ତର୍ଗତ ଡମକରଲାଖୁଣ୍ଟା ପଞ୍ଚାୟତରେ ବରିଷ୍ଠ ବିଜେପି ନେତା ଫକୀର ରଣାଙ୍କୁ ନୃଶଂସ ଭାବେ ହତ୍ୟା କରାଯାଇଥିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଫକୀର ରଣା ଜଣେ ଚର୍ଚ୍ଚିତ ରାଜନୈତିକ ଚେହେରା | ସେ ମଧ୍ୟ ଡମକରଲାଖୁଣ୍ଟା ପଞ୍ଚାୟତର ସରପଞ୍ଚ ସ୍ନିଗ୍ଧା ରଣାଙ୍କ ସ୍ୱାମୀ । ସେ ଗତକାଲି ରାତି ପ୍ରାୟ ୮ଟା ସମୟରେ ସେ ପଞ୍ଚାୟତ କାର୍ଯ୍ୟାଳୟ ପଛପଟ ରାସ୍ତା ଦେଇ ବାଇକ୍‌ରେ ଘରକୁ ଫେରୁଥିବାବେଳେ ପୂର୍ବରୁ ଛକି ବସିଥିବା କିଛି ଦୁର୍ବୃତ୍ତ ତାଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ଗୁରୁତର ଆହତ ଅବସ୍ଥାରେ ଫକୀର ରଣାଙ୍କୁ ମଦନପୁର ରାମ୍ପୁର ଡାକ୍ତରଖାନାକୁ ନିଆଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆଜି ପୁଲିସ ଉପସ୍ଥିତିରେ ତାଙ୍କ ମୃତଦେହର ଶବ ବ୍ୟବଚ୍ଛେଦ କରାଯାଇଛି। ଘଟଣା ପରେ ଅଞ୍ଚଳରେ ଶୋକାକୁଳ ପରିବେଶ ସହ ଉତ୍ତେଜନା ଦେଖାଦେଇଛି। ପରିବାର ପକ୍ଷରୁ ଥାନାରେ ଏତଲା ଦାଖଲ କରାଯାଇଥିବାବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।

କେସିଙ୍ଗା ଏସଡିପିଓ ସନ୍ଦୀପ ମାଝୀଙ୍କ ତତ୍ତ୍ୱାବଧାନରେ ମଦନପୁର ରାମ୍ପୁର ପୁଲିସ ଘଟଣାର ତଦନ୍ତ ଜାରି ରଖିଛି। ପ୍ରାଥମିକ ତଦନ୍ତ ଆଧାରରେ ପୁଲିସ ୨ ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା କରୁଛି। ପୂର୍ବ ଶତ୍ରୁତା ହିଁ ହତ୍ୟାର ସମ୍ଭାବ୍ୟ କାରଣ ହୋଇଥାଇପାରେ ବୋଲି ପୁଲିସ ସୂଚନା ଦେଇଛି। ଘଟଣାରେ ସଂପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ହତ୍ୟାକାଣ୍ଡର ପ୍ରକୃତ କାରଣ ଖୁବ୍ ଶୀଘ୍ର ସାମ୍ନାକୁ ଆସିବ ବୋଲି ପୁଲିସ କହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ