ବଢ଼ିଲା ସୁନା-ରୂପା ଦର! ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ‘୧୦ ଗ୍ରାମ’ ପିଛା୧.୪୯ ଲକ୍ଷ ଟପିଲା
ଭୁବନେଶ୍ୱର: ସୁନା କିମ୍ବା ରୂପା କିଣିବାକୁ ଯୋଜନା କରୁଥିଲେ, ଆପଣଙ୍କ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ଖବର। ଭୁବନେଶ୍ୱରରେ ଆଜି ସୁନା ଓ ରୂପା ଦରରେ ବଡ଼ ଧରଣର ବୃଦ୍ଧି ଦେଖାଯାଇଛି। ୨୪ କ୍ୟାରେଟ ଏବଂ ୨୨ କ୍ୟାରେଟ ସୁନା ସହ ରୂପା ଦର ମଧ୍ୟ ରେକର୍ଡ ସ୍ତରରେ ପହଞ୍ଚିଥିବାରୁ ଅଳଙ୍କାର କିଣିବାକୁ ଭାବୁଥିବ ଗ୍ରାହକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି।
ଆଜିର ଦର ଅନୁଯାୟୀ, ୧୦ ଗ୍ରାମ ପିଛା ୨୪ କ୍ୟାରେଟ ସୁନାର ମୂଲ୍ୟ ୨,୮୯୦ ଟଙ୍କା ବୃଦ୍ଧି ପାଇ ୧, ୪୯, ୮୯୦ ଟଙ୍କାରେ ପହଞ୍ଚିଛି। ସେହିପରି ୨୨ କ୍ୟାରେଟ ସୁନାର ଦର ୨,୬୫୦ ଟଙ୍କା ବଢ଼ି ୧ , ୩୭, ୪୦୦ ଟଙ୍କା ହୋଇଛି। ଅନ୍ୟପଟେ ରୂପା ଦରରେ ମଧ୍ୟ ବଡ଼ ବୃଦ୍ଧି ଘଟିଛି। କିଲୋଗ୍ରାମ ପିଛା ରୂପାର ମୂଲ୍ୟ ୧୦,୦୦୦ ଟଙ୍କା ବଢ଼ି ୨,୫୦,୦୦୦ ଟଙ୍କାରେ ପହଞ୍ଚିଛି।
ବଜାର ବିଶେଷଜ୍ଞଙ୍କ କହିବା ଅନୁସାରେ , ଆମେରିକୀୟ ଡଲାର ଦୁର୍ବଳ ହେବା ସହ ବିଶ୍ୱ ବଜାରରେ ସୁନା ଓ ରୂପା ପ୍ରତି ଚାହିଦା ବଢ଼ିବା ଏହି ଦର ବୃଦ୍ଧିର ମୁଖ୍ୟ କାରଣ। ବିଦେଶୀ କ୍ରେତାଙ୍କ ପାଇଁ ମୂଲ୍ୟ ତୁଳନାମୂଳକ ଆକର୍ଷଣୀୟ ହେବାରୁ କ୍ରୟ ବଢ଼ିଛି, ଯାହାର ପ୍ରଭାବ ଭାରତୀୟ ବଜାର ସହ ଭୁବନେଶ୍ୱରରେ ମଧ୍ୟ ପଡ଼ିଛି। ବିଶେଷଜ୍ଞମାନେ ସୁନା କିମ୍ବା ରୂପା କିଣିବା ପୂର୍ବରୁ ବଜାର ଦର ଉପରେ ନଜର ରଖିବା ଏବଂ ଆର୍ଥିକ ପରାମର୍ଶ ନେଇ ନିଷ୍ପତ୍ତି ନେବାକୁ ପରାମର୍ଶ ଦେଇଛନ୍ତି।

