Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କମିଶନରେଟ୍ ପୁଲିସର ଦୁଇ ଅଧିକାରୀଙ୍କୁ ରାଷ୍ଟ୍ରପତି ପୁରସ୍କାର! ଶୁଭେଚ୍ଛା ଜଣାଇଲେ ସିପି ଏସ୍. ଦେବଦତ୍ତ ସିଂ

ଭୂଅବନେଶ୍ୱର: କମିଶନରେଟ୍ ପୁଲିସ ପାଇଁ ଆସିଛି ଗର୍ବ ଓ ଗୌରବର ଖବର। କର୍ତ୍ତବ୍ୟ ପ୍ରତି ନିଷ୍ଠା, ଉତ୍କୃଷ୍ଟ ସେବା ଓ ଅବଦାନ ପାଇଁ କମିଶନରେଟ୍ ପୁଲିସର ଦୁଇ ଅଧିକାରୀଙ୍କୁ ରାଷ୍ଟ୍ରପତି ପୁଲିସ ପଦକ ପାଇଁ ମନୋନୀତ କରାଯାଇଛି। ଏହି ସଫଳତା ପାଇଁ ପୁଲିସ କମିଶନର ଏସ୍. ଦେବଦତ୍ତ ସିଂ ଉଭୟ ଅଧିକାରୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

ସେବାରେ ଉଲ୍ଲେଖନୀୟ ଅବଦାନ ପାଇଁ ଦୁଇ ଅଧିକାରୀଙ୍କୁ ଏହି ସମ୍ମାନ ଦିଆଯିବା ପାଇଁ ମନୋନୀତ କରାଯାଇଛି। ଓଏପିଏସ୍‌ ସପ୍ତମ ବାଟାଲିଅନ୍‌ରେ କାର୍ଯ୍ୟରତ ପ୍ରଫୁଲ୍ଲ କୁମାର ସିଂହଙ୍କୁ ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପୁଲିସ ପଦକ ମିଳିବ। ସେହିପରି ବାରଙ୍ଗ ଥାନାର ଏଏସ୍‌ଆଇ ନିଗମାନନ୍ଦ ମହାପାତ୍ରଙ୍କୁ ପ୍ରଶଂସନୀୟ ସେବା ନିମନ୍ତେ ଏହି ପଦକ ପାଇଁ ଚୟନ କରାଯାଇଛି।

ଉଭୟ ଅଧିକାରୀଙ୍କ ସଫଳତାରେ ପୁଲିସ କମିଶନର ଏସ୍. ଦେବଦତ୍ତ ସିଂ ଗର୍ବ ପ୍ରକାଶ କରିଛନ୍ତି। ଦେଶ ଓ ସମାଜ ପ୍ରତି ଉଭୟ ଅଧିକାରୀଙ୍କ ନିଷ୍ଠା, ଅକ୍ଳାନ୍ତ ପରିଶ୍ରମ ଓ କର୍ତ୍ତବ୍ୟନିଷ୍ଠ ସେବା ସମଗ୍ର ପୁଲିସ ବାହିନୀ ପାଇଁ ପ୍ରେରଣାର ଉତ୍ସ ହେବ ବୋଲି ସେ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories