Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହସ୍ପିଟାଲ କ୍ୱାର୍ଟରରୁ ମହିଳା ଆଟେଣ୍ଡାଣ୍ଟଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପ୍ରେମ ସମ୍ପର୍କକୁ ନେଇ ରହସ୍ୟ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଧରମବନ୍ଧା ହସ୍ପିଟାଲ କ୍ୱାର୍ଟରରୁ ଜଣେ ମହିଳା ଆଟେଣ୍ଡାଣ୍ଟଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବତୀଙ୍କ ଘର ଧରମବନ୍ଧା ଥାନା ଅନ୍ତର୍ଗତ କୋଦୋପାଲି ଗାଁରେ ବୋଲି ଜଣାପଡ଼ିଛି। ସେ ଗତ ପ୍ରାୟ ଦେଢ଼ ବର୍ଷ ଧରି ହସ୍ପିଟାଲରେ ଆଟେଣ୍ଡାଣ୍ଟ ଭାବେ କାର୍ଯ୍ୟରତ ଥିଲେ। ପ୍ରାଥମିକ ଭାବେ ପ୍ରେମ ସମ୍ପର୍କକୁ ନେଇ ସେ ଏଭଳି ଚରମ ପଦକ୍ଷେପ ନେଇଥିବା ସନ୍ଦେହ କରାଯାଉଛି।

ସୂଚନା ଅନୁସାରେ, ଯୁବତୀଙ୍କର ସେହି ହସ୍ପିଟାଲରେ କାର୍ଯ୍ୟରତ ଜଣେ ସିକ୍ୟୁରିଟି ଗାର୍ଡଙ୍କ ସହ ପ୍ରେମ ସମ୍ପର୍କ ଥିଲା। ଏହା ଜଣାପଡ଼ିବା ପରେ ସିକ୍ୟୁରିଟି ଗାର୍ଡଙ୍କୁ ଖରିଆର ରୋଡ୍‌କୁ ବଦଳି କରାଯାଇଥିଲା। ଗତକାଲି ରାତିରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିବା କୁହାଯାଉଛି। ଏହାପରେ ଯୁବତୀ କ୍ୱାର୍ଟର ନିକଟରେ ଥିବା ଏକ ଗଛରେ ଝୁଲି ପଡ଼ିଥିବା ଜଣାପଡ଼ିଛି। ତାଙ୍କୁ ବଞ୍ଚାଇବାକୁ ସିକ୍ୟୁରିଟି ଗାର୍ଡ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇନଥିବା ସୂଚନା ମିଳିଛି।

ଘଟଣାର ଖବର ପାଇ ଧରମବନ୍ଧା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ଏହାସହ ସିକ୍ୟୁରିଟି ଗାର୍ଡଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି। ଘଟଣାର ପ୍ରକୃତ କାରଣ ଓ ମୃତ୍ୟୁ ପଛରେ ଅନ୍ୟ କୌଣସି ଦିଗ ରହିଛି କି ନାହିଁ, ସେନେଇ ପୁଲିସ ତଦନ୍ତ ଚଳାଇଛି। ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିବା ପରେ ମାମଲାରେ ଅଧିକ ତଥ୍ୟ ସ୍ପଷ୍ଟ ହେବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories