Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାଙ୍ଗମାନଙ୍କ ସହ ଗାଧୋଉଥିବା ବେଳେ ଅଘଟଣ, ପୁରୀ ଶ୍ୱେତଗଙ୍ଗାରେ ବୁଡ଼ି ଯୁବକ ମୃତ

ପୁରୀ: ପୁରୀ ଶ୍ୱେତଗଙ୍ଗା ପୁଷ୍କରିଣୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଭୁବନେଶ୍ୱର ସତ୍ୟଭାମାପୁର ଅଞ୍ଚଳର ସମ୍ବିତ ପ୍ରଧାନ ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ସମ୍ବିତ ନିଜ ସାଙ୍ଗମାନଙ୍କ ସହ ପୁରୀ ବୁଲିବାକୁ ଆସିଥିଲେ। ଏହି ସମୟରେ ସେ ସାଙ୍ଗମାନଙ୍କ ସହ ଶ୍ୱେତଗଙ୍ଗା ପୁଷ୍କରିଣୀରେ ଗାଧୋଉଥିଲେ। ଗାଧୋଇବା ବେଳେ ଅସାବଧାନତାବଶତଃ ସେ ଗଭୀର ପାଣିରେ ବୁଡ଼ି ଯାଇଥିଲେ।

ପରେ ସ୍ଥାନୀୟ ଲୋକେ ତାଙ୍କୁ ପାଣିରୁ ଉଦ୍ଧାର କରିଥିଲେ। ତେବେ ଉଦ୍ଧାର ପରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଘଟଣା ପରେ ପରିବାର ଓ ସାଙ୍ଗମାନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories