Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସରକାରୀ (ଏସଏସଡି) ଉଚ୍ଚ ବିଦ୍ୟାଳୟ, ଭୋଜପୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଜିଲ୍ଲା ମଙ୍ଗଳ ଅଧିକାରୀ (DWO) ମୃତ୍ୟୁଞ୍ଜୟ ବଡ଼ପଣ୍ଡାଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା

ଜମନକିରା : ସରକାରୀ (ଏସଏସଡି) ଉଚ୍ଚ ବିଦ୍ୟାଳୟ, ଭୋଜପୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଜିଲ୍ଲା ମଙ୍ଗଳ ଅଧିକାରୀ (DWO) ବଡ଼ପଣ୍ଡାଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୃତ୍ୟୁଞ୍ଜୟ ବଡ଼ପଣ୍ଡା ଓ ତାଙ୍କ ସହଧର୍ମିଣୀ ସୁଷମା ବଡ଼ପଣ୍ଡା ଉପସ୍ଥିତ ଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିକୁଞ୍ଜବିହାରୀ ରଣା କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ପ୍ରାରମ୍ଭିକ ଭାଷଣ ଦେଇଥିଲେ। କାର୍ଯ୍ୟକ୍ରମରେ ସାଂସ୍କୃତିକ ସଂଗଠକ ମଳୟ ବେହେରା ମୁଖ୍ୟ ଅତିଥି ଭାବରେ ଓ ମୋଚିବାହାଲ ହାଇସ୍କୁଲର ପ୍ରଧାନ ଶିକ୍ଷକ ପ୍ରକାଶ କୁମାର ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ବଲପୁର ଜିଲ୍ଲା ଶିକ୍ଷକ ସଂଘର ସଭାପତି ବୀରେନ୍ଦ୍ର କୁମାର ପଟେଲ, ଜିଲ୍ଲା ମଙ୍ଗଳ ଅଧିକାରୀ ବଡ଼ପଣ୍ଡାଙ୍କୁ ଏକ ଦକ୍ଷ ପ୍ରଶାସକ ଓ ନିଷ୍ଠାପର ସେବା ପ୍ରଦାନକାରୀ ଭାବରେ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମ ଶେଷରେ ସମ୍ପାଦକ ପଙ୍କଜ କୁମାର ବେହେରା ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।
କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରୀମାନେ ଏକ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ। ଶିକ୍ଷୟିତ୍ରୀମାନେ ହୃଦୟସ୍ପର୍ଶୀ ବିଦାୟ ସଙ୍ଗୀତ ଗାଇଥିଲେ। କାର୍ଯ୍ୟକ୍ରମରେ ସଙ୍ଗୀତ ଶିକ୍ଷକ ଜ୍ଞାନେଶ୍ୱର ଭୋଇ ଏବଂ ବାଦ୍ୟକାର ପ୍ରଶାନ୍ତ କୁମାର ଦାଶ ସଙ୍ଗୀତ କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିଥିଲେ। ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ସହକାରୀ ଶିକ୍ଷକ ଚକ୍ରଧର ମାଝୀ ପରିଚାଳନା କରିଥିଲେ। ନୀଳମଣି ଝାଙ୍କର, ବିଷ୍ଣୁଚରଣ ଧାନ, ତୀର୍ଥରାଜ ପଟେଲ, ପ୍ରସନ୍ନ କୁମାର ରଣା, ଦୁର୍ଯ୍ୟୋଧନ ବେହେରା, ରାଜକିଶୋର ପ୍ରସାଦ, ଅନନ୍ତ କୁମାର ରଣା, ଦେବେନ୍ଦ୍ର ପ୍ରଧାନ, ଜଗଦୀଶ ପାଣିଗ୍ରାହୀ, ଝସକେତନ ସାହୁ, ଲଜିତା ଧଳ, ପ୍ରିୟରଞ୍ଜନ ସାଥୁଆ, ଦିଲ୍ଲୀପ ପଟେଲ, ଅଲକା ପଟେଲ, ହରି ନାଏକ, ସୁଜାତା ତ୍ରିପାଠୀ, ପୂଜାରାଣୀ ପଟେଲ, ପଙ୍କଜିନୀ ବାରିକ, ସଞ୍ଜୁଲତା ବାଘ, ସୁଶାନ୍ତ ଚୌଧୁରୀ ଏବଂ ସୁଧୀର କୁମାର ଛତ୍ରିଆ, ନବୀନ କିସାନ ଓ ଲୋକନାଥ ଜୟପୁରିଆ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ।ସେଥିପାଇଁ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ବ୍ୟକ୍ତିବିଶେଷଙ୍କୁ ବିଦ୍ୟାଳୟ ପ୍ରଶାସନ ତରଫରୁ କୃତଜ୍ଞତା ଜଣାଯାଇଥିଲା। ସେମାନଙ୍କର ଏପରି ସହଯୋଗ କାର୍ଯ୍ୟକ୍ରମକୁ ସଫଳ କରିବାରେ ବହୁ ସାହାଯ୍ୟ କରିଥିଲା। ଭବିଷ୍ୟତରେ ବିଦ୍ୟାଳୟରେ ଆୟୋଜିତ ଏପରି ଅନ୍ୟ କାର୍ଯ୍ୟକ୍ରମରେ ବି ସମାନ ପ୍ରକାରର ସହଯୋଗ କରିବାକୁ ଆହ୍ୱାନ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories