‘IIRF ରାଙ୍କିଂ-୨୦୨୬’: ଦେଶର ଶ୍ରେଷ୍ଠ ମେଡିକାଲ କଲେଜ ତାଲିକାରେ ଓଡ଼ିଶାର ୩ ସରକାରୀ ମେଡିକାଲ କଲେଜ
ଭୁବନେଶ୍ୱର: IIRF ରାଙ୍କିଂ-୨୦୨୬ରେ ଓଡ଼ିଶାର ୩ଟି ପ୍ରମୁଖ ସରକାରୀ ମେଡିକାଲ କଲେଜ ସ୍ଥାନ ପାଇଛି। ଏହି ତାଲିକାରେ କଟକର ଏସ୍ସିବି ମେଡିକାଲ କଲେଜ ୧୫ତମ ସ୍ଥାନ ହାସଲ କରି ରାଜ୍ୟର ସରକାରୀ ମେଡିକାଲ କଲେଜଗୁଡ଼ିକ ମଧ୍ୟରେ ଆଗରେ ରହିଛି। ଏହା ଓଡ଼ିଶାର ଚିକିତ୍ସା ଶିକ୍ଷା କ୍ଷେତ୍ର ପାଇଁ ଏକ ଉଲ୍ଲେଖନୀୟ ସଫଳତା ବୋଲି କୁହାଯାଉଛି।
ରାଙ୍କିଂରେ ସମ୍ବଲପୁରର ଭିମସାର ୬୪ତମ ସ୍ଥାନରେ ରହିଥିବା ବେଳେ ବ୍ରହ୍ମପୁରର ଏମ୍କେସିଜି ମେଡିକାଲ କଲେଜ ୭୪ତମ ସ୍ଥାନ ହାସଲ କରିଛି। ଏହାସହ ଏମ୍ସ ଭୁବନେଶ୍ୱର ମଧ୍ୟ ରାଙ୍କିଂରେ ଭଲ ସ୍ଥାନ ପାଇଛି। ଏମ୍ସ ଭୁବନେଶ୍ୱର ୧୬ତମ ସ୍ଥାନରେ ରହିଛି।
IIRF ରାଙ୍କିଂରେ ଓଡ଼ିଶାର ଏହି ମେଡିକାଲ କଲେଜଗୁଡ଼ିକ ସ୍ଥାନ ପାଇବା ରାଜ୍ୟର ଚିକିତ୍ସା ଶିକ୍ଷା, ଗବେଷଣା ଓ ମେଡିକାଲ ସେବା କ୍ଷେତ୍ରରେ ଉନ୍ନତିର ସୂଚକ ବୋଲି ମତ ପ୍ରକାଶ ପାଇଛି। ବିଶେଷକରି ଏସ୍ସିବି ମେଡିକାଲ କଲେଜର ୧୫ତମ ସ୍ଥାନ ରାଜ୍ୟ ପାଇଁ ଗର୍ବର ବିଷୟ ହୋଇଛି।

