Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଉରକେଲା ରେଲୱେ ଷ୍ଟେସନରେ ଭୁଶୁଡ଼ିଲା ନିର୍ମାଣାଧୀନ ସେଡ୍; ଦମ୍ପତିଙ୍କ ସମେତ ୩ ଆହତ

ରାଉରକେଲା: ରାଉରକେଲା ରେଲୱେ ଷ୍ଟେସନରେ ଅଘଟଣ। ଲଗାଣ ବର୍ଷା ମଧ୍ୟରେ ଷ୍ଟେସନର ୧ ନମ୍ବର ପ୍ଲାଟଫର୍ମ ବାହାରେ ଥିବା ଏକ ନିର୍ମାଣାଧୀନ ସେଡ୍ ଭୁଶୁଡ଼ି ପଡ଼ିଛି। ହଠାତ୍ ସେଡ୍ ଭାଙ୍ଗି ପଡ଼ିବାରୁ ଏହା ତଳେ ଥିବା ଦମ୍ପତିଙ୍କ ସମେତ ୩ ଜଣ ଆହତ ହୋଇଥିବା ସୂଚନା ମିଳିଛି।

ବର୍ଷା ସମୟରେ ସେଡ୍‌ଟି ଭାଙ୍ଗି ପଡ଼ିବାରୁ ତଳେ ଥିବା ଦୁଇଟି କାର୍ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଅଘଟଣ ପରେ ଷ୍ଟେସନ ପରିସରରେ କିଛି ସମୟ ପାଇଁ ଆତଙ୍କର ପରିବେଶ ସୃଷ୍ଟି ହୋଇଥିଲା। ଆହତମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ପଠାଯାଇଥିବା ଜଣାପଡ଼ିଛି।

ଘଟଣା ପରେ ରେଲୱେ କର୍ତ୍ତୃପକ୍ଷ ଓ ସମ୍ପୃକ୍ତ ଅଧିକାରୀମାନେ ସ୍ଥିତି ଯାଞ୍ଚ କରିଛନ୍ତି। ନିର୍ମାଣାଧୀନ ସେଡ୍‌ଟି କେଉଁ କାରଣରୁ ଭୁଶୁଡ଼ିଲା ଏବଂ ନିର୍ମାଣ କାର୍ଯ୍ୟରେ କୌଣସି ଅବହେଳା ହୋଇଥିଲା କି ନାହିଁ, ସେନେଇ ତଦନ୍ତ କରାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories