Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜନଶୁଣାଣି ଶିବିରରେ ଚାଷୀଙ୍କ ଚରମ ପଦକ୍ଷେପ ଉଦ୍ୟମ, ବିଷ ପିଇବା ପୂର୍ବରୁ କାବୁ କଲା ପୁଲିସ

କେନ୍ଦ୍ରାପଡ଼ା: ରାଜନଗରରେ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ଅଭାବନୀୟ ଘଟଣା ଘଟିଛି। ନିଜ ସମସ୍ୟାର ସମାଧାନ ନହେବା ଅଭିଯୋଗ କରି ଦୁଇ ଚାଷୀ ବିଷ ପିଇବାକୁ ଉଦ୍ୟମ କରିଥିଲେ। ତେବେ ଉପସ୍ଥିତ ପୁଲିସ କର୍ମଚାରୀମାନେ ତୁରନ୍ତ ହସ୍ତକ୍ଷେପ କରି ଉଭୟଙ୍କୁ କାବୁ କରିନେଇଥିଲେ। ତାଳଚୁଆ ଓ ଢୋଲମରା ଗାଁର ଗଣେଶ ଚନ୍ଦ୍ର ଓ ରାମକୃଷ୍ଣ ମଣ୍ଡଳ ଏହି ଉଦ୍ୟମ କରିଥିବା ଜଣାପଡ଼ିଛି।

ଚାଷୀଙ୍କ ଅଭିଯୋଗ ଅନୁସାରେ, ସେମାନଙ୍କ ଚାଷଜମିକୁ ଲାଗି ଅନୁମତି ବିନା ଚିଙ୍ଗୁଡ଼ି ଘେରି ନିର୍ମାଣ କରାଯାଇଛି। ଘେରିରୁ ବାହାରୁଥିବା ଲୁଣିଆ ଓ ଦୂଷିତ ପାଣି ଚାଷଜମିରେ ପଶିବା ଯୋଗୁଁ ଦୀର୍ଘଦିନ ଧରି ଫସଲ ନଷ୍ଟ ହେଉଥିବା ସେମାନେ ଦାବି କରିଛନ୍ତି। ଏହି ସମସ୍ୟା ସମ୍ପର୍କରେ ଜିଲ୍ଲାପାଳ ଓ ସମ୍ପୃକ୍ତ ବିଭାଗକୁ ବାରମ୍ବାର ଜଣାଇଥିଲେ ମଧ୍ୟ କୌଣସି ସ୍ଥାୟୀ ସମାଧାନ ହୋଇନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।

ସମସ୍ୟାର ସମାଧାନ ନହେବାରୁ ଅସନ୍ତୋଷ ଓ ଚାପରେ ସେମାନେ ଜନଶୁଣାଣି ଶିବିରରେ ଏଭଳି ପଦକ୍ଷେପ ନେବାକୁ ଉଦ୍ୟମ କରିଥିବା ଜଣାପଡ଼ିଛି। ତେବେ ପୁଲିସ ସମୟୋଚିତ ପଦକ୍ଷେପ ନେଇ ଉଭୟଙ୍କୁ ଅଟକାଇଥିଲା। ଘଟଣା ପରେ ଚାଷୀଙ୍କ ଅଭିଯୋଗ ଓ ଚିଙ୍ଗୁଡ଼ି ଘେରି ସମସ୍ୟାର ସମାଧାନ ନେଇ ପ୍ରଶାସନ ପକ୍ଷରୁ କି ପଦକ୍ଷେପ ନିଆଯାଉଛି, ତାହା ଉପରେ ଏବେ ନଜର ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories