Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିକଶିତ ଓଡ଼ିଶା ଗଠନରେ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ: ସବୁ ଘରକୁ ପାଣି, ଯୁବକଙ୍କୁ ନିଯୁକ୍ତି ଉପରେ ଫୋକସ୍

ଭୁବନେଶ୍ୱର: ବିକଶିତ ଓଡ଼ିଶା ଗଠନ ଲକ୍ଷ୍ୟରେ ରାଜ୍ୟ ସରକାର ପାନୀୟ ଜଳ ଯୋଗାଣ ଓ ଯୁବକ-ଯୁବତୀଙ୍କ ନିଯୁକ୍ତି ଉପରେ ଗୁରୁତ୍ୱ ଦେଉଛନ୍ତି। ୨୦୨୭ ମାର୍ଚ୍ଚ ସୁଦ୍ଧା ରାଜ୍ୟର ସମସ୍ତ ଘରେ ପାଇପ୍‌ ଯୋଗେ ପାଣି ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ ସୂଚନା ଦେଇଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ଆବଶ୍ୟକ ନିର୍ଦ୍ଦେଶ ଦେଇଥିବା ମନ୍ତ୍ରୀ କହିଛନ୍ତି।

ମନ୍ତ୍ରୀ ରବି ନାରାୟଣ ନାଏକ କହିଛନ୍ତି ଯେ, ରାଜ୍ୟର ଯୁବକ-ଯୁବତୀମାନଙ୍କୁ ରୋଜଗାର ସୁଯୋଗ ଯୋଗାଇବା ସରକାରଙ୍କ ପ୍ରମୁଖ ପ୍ରାଥମିକତା। ଦୀର୍ଘ ୨୪ ବର୍ଷ ଧରି ଶାସନ ସତ୍ତ୍ୱେ ଅନେକ ଉଚ୍ଚଶିକ୍ଷିତ ଯୁବକ-ଯୁବତୀ ଚାକିରି ପାଇଁ ଦ୍ୱାର ଦ୍ୱାର ବୁଲୁଥିଲେ ବୋଲି ସେ ପୂର୍ବ ସରକାରକୁ ସମାଲୋଚନା କରିଛନ୍ତି। ଆଗାମୀ ଦିନରେ ଯୋଗ୍ୟ ଯୁବକ-ଯୁବତୀଙ୍କୁ ନିଯୁକ୍ତି ଦେବା ସହ ରୋଜଗାରର ସୁଯୋଗ ସୃଷ୍ଟି କରିବାକୁ ସରକାର ସଂକଳ୍ପବଦ୍ଧ ବୋଲି ସେ କହିଛନ୍ତି।

ପାନୀୟ ଜଳ ଯୋଗାଣ ଓ ନିଯୁକ୍ତି କ୍ଷେତ୍ରରେ ଲକ୍ଷ୍ୟ ପୂରଣ ହେଲେ ରାଜ୍ୟର ବିକାଶ ପ୍ରକ୍ରିୟା ଆହୁରି ଗତିଶୀଳ ହେବ ବୋଲି ମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି। ସବୁ ପରିବାରକୁ ପାଣି ଓ ଯୋଗ୍ୟ ଯୁବକ-ଯୁବତୀଙ୍କୁ ରୋଜଗାର ଦେଇ ଓଡ଼ିଶାକୁ ବିକଶିତ ଓଡ଼ିଶାରେ ପରିଣତ କରିବା ସରକାରଙ୍କ ଲକ୍ଷ୍ୟ ବୋଲି ସେ ଉଲ୍ଲେଖ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories