Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୧୩୨୬ ନବନିଯୁକ୍ତଙ୍କୁ ମିଳିଲା ନିଯୁକ୍ତି ପତ୍ର, ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ କଡ଼ା ବାର୍ତ୍ତା

ଭୁବନେଶ୍ୱର: ଭୁବନେଶ୍ୱରରେ ଆୟୋଜିତ ରାଜ୍ୟସ୍ତରୀୟ ନିଯୁକ୍ତି ମେଳାରେ ୯ଟି ବିଭାଗର ୧୩୨୬ ଜଣ ନବନିଯୁକ୍ତ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହି ନିଯୁକ୍ତି ଦ୍ୱାରା ରାଜ୍ୟ ପ୍ରଶାସନ ଆହୁରି ସଶକ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହାସହ ନବନିଯୁକ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ସଚ୍ଚୋଟତାର ସହ ଦାୟିତ୍ୱ ତୁଲାଇବାକୁ ସେ ପରାମର୍ଶ ଦେଇଛନ୍ତି।

ନିଯୁକ୍ତି ମେଳାରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ଦୁର୍ନୀତିକୁ ସରକାରଙ୍କ ସବୁଠୁ ବଡ଼ ଶତ୍ରୁ ଭାବେ ବର୍ଣ୍ଣନା କରିଛନ୍ତି। ଦୁର୍ନୀତି ବିରୋଧରେ ରାଜ୍ୟ ସରକାର ଶୂନ୍ୟ ସହନଶୀଳତା ନୀତି ଆପଣାଇଥିବା ବେଳେ ନବନିଯୁକ୍ତମାନେ ମଧ୍ୟ ଏଥିରୁ ଦୂରେ ରହି ସ୍ୱଚ୍ଛତା ଓ ନିଷ୍ଠାର ସହ କାମ କରିବାକୁ ସେ ଆହ୍ୱାନ ଦେଇଛନ୍ତି।

ସୂଚନା ଅନୁସାରେ, ଏହି ନିଯୁକ୍ତିକୁ ମିଶାଇ ରାଜ୍ୟରେ ଏପର୍ଯ୍ୟନ୍ତ ମୋଟ ୧୬ଟି ନିଯୁକ୍ତି ମେଳା ଆୟୋଜିତ ହୋଇଛି। ଏହି ମେଳାଗୁଡ଼ିକ ମାଧ୍ୟମରେ ମୋଟ ୪୫ ହଜାର ୪୦୮ ଜଣଙ୍କୁ ନିଯୁକ୍ତି ମିଳିଥିବା ସୂଚନା ଦିଆଯାଇଛି। ନବନିଯୁକ୍ତଙ୍କୁ ନେଇ ପ୍ରଶାସନିକ ବ୍ୟବସ୍ଥା ଆହୁରି ଦୃଢ଼ ହେବା ସହ ଦୁର୍ନୀତିମୁକ୍ତ ଶାସନ ଦିଗରେ ସରକାରଙ୍କ ଉଦ୍ୟମ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories