Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବର୍ଷା କ୍ଷୟକ୍ଷତିର ତୁରନ୍ତ କ୍ଷତିପୂରଣ ଦାବି, ଧାନ କ୍ରୟ ଓ ଫସଲ ବୀମାକୁ ନେଇ ସରକାରଙ୍କୁ ଦାବି

ବଲାଙ୍ଗିର ଜିଲ୍ଲାର ଚାଷୀ ସମସ୍ୟା ନେଇ ମିଳିତ କୃଷକ ମଞ୍ଚର ଦାବି
ବଲାଙ୍ଗିର ସାମ୍ୱାଦିକ ଭବନରେ ମିଳିତ କୃଷକ ମଞ୍ଚର ବଡ଼ ସାମ୍ୱାଦିକ ସମ୍ମିଳନୀ । ବଲାଙ୍ଗିର ଜିଲ୍ଲାର ଚାଷୀମାନଙ୍କ ବିଭିନ୍ନ ସମସ୍ୟା ନେଇ ମିଳିତ କୃଷକ ମଞ୍ଚ ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରାଯାଇଛି। ପ୍ରବଳ ବର୍ଷା ଯୋଗୁଁ ଅନେକ ଅଞ୍ଚଳରେ ଚାଷଜମି ପ୍ରଭାବିତ ହୋଇଥିବାରୁ କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ଦେବାକୁ ଦାବି ହୋଇଛି। ଏଥିସହ ଧାନ କ୍ରୟ ସମୟରେ ଚାଷୀଙ୍କୁ ଯେପରି କୌଣସି ସମସ୍ୟା ନହୁଏ, ସେଥିପାଇଁ ସରକାରୀ ବ୍ୟବସ୍ଥା ସୁଦୃଢ଼ କରିବାକୁ କୁହାଯାଇଛି। ଫସଲ ବୀମା ରାଶି ପ୍ରଦାନ, ବକେୟା ଟଙ୍କା ପ୍ରଦାନ ଓ ଚାଷୀଙ୍କ ଅନ୍ୟାନ୍ୟ ସମସ୍ୟାର ଶୀଘ୍ର ସମାଧାନ ପାଇଁ ମଧ୍ୟ ଦାବି ରହିଛି। ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories