Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରେମରେ ବିଫଳ ହୋଇ ଯୁବତୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ: ଅଭିଯୁକ୍ତ ଗିରଫ, କୋର୍ଟ ଚାଲାଣ

ଜମନକିରା : ପ୍ରେମ ସମ୍ପର୍କ ଭାଙ୍ଗିଯିବା ଓ ଅନ୍ୟତ୍ର ବାହାଘର ଠିକ୍‌ ହେବା ପରେ ପ୍ରତିଶୋଧ ପରାୟଣ ହୋଇ ଯୁବତୀଙ୍କ ଅଶ୍ଳୀଳ ଫଟୋ ଓ ୩ ପୃଷ୍ଠାର ଚିଠି ପୁଅ ଘର ନିକଟରେ ଫିଙ୍ଗି ବାହାଘର ଭାଙ୍ଗିଥିବା ଅଭିଯୁକ୍ତକୁ ଗିରଫ କରିଛି ଜମନକିରା ପୋଲିସ। ଗିରଫ ଅଭିଯୁକ୍ତ ଜଣକ ହେଲେ ବରଗଡ଼ ଜିଲ୍ଲା ବୁଡ଼େନ ଥାନା ଅନ୍ତର୍ଗତ ବେହେରାଟାଲ ଗ୍ରାମର ନରୋତ୍ତମ ଚାନ୍ଦଙ୍କ ପୁଅ ଆଶିଷ କୁମାର ଚାନ୍ଦ (୩୭)। ସେ ବର୍ତ୍ତମାନ ବରଗଡ଼ ଜିଲ୍ଲା ଭଟିଲି ଛକ ଅଞ୍ଚଳରେ ରହୁଥିଲେ।
ସୂଚନା ଅନୁଯାୟୀ, ଜମନକିରା ଥାନା ଅଞ୍ଚଳର ଜଣେ ଯୁବତୀଙ୍କ ସହ ଅଭିଯୁକ୍ତ ଆଶିଷ ର ବିଗତ ୫ ରୁ ୬ ବର୍ଷ ଧରି ପ୍ରେମ ସମ୍ପର୍କ ରହିଥିଲା। ତେବେ ଯୁବତୀଙ୍କର ଅନ୍ୟତ୍ର ବିବାହ ପ୍ରସ୍ତାବ ଠିକ୍‌ ହେବା ପରେ, ରାଗ ଓ ପ୍ରତିଶୋଧ ପରାୟଣ ହୋଇ ଅଭିଯୁକ୍ତ ଆଶିଷ ଯୁବତୀଙ୍କ କିଛି ଅଶ୍ଲୀଳ ଫଟୋ ଏବଂ ଏକ ୩ ପୃଷ୍ଠାର ଅନାମଧେୟ ହାତଲେଖା ଚିଠି ବରପକ୍ଷ (ପୁଅ ଘର) ନିକଟରେ ଫିଙ୍ଗି ଦେଇଥିଲେ। ଏହି ଅଶ୍ଲୀଳ ଫଟୋ ଓ ଚିଠି ଦେଖିବା ପରେ ବରପକ୍ଷ ବିବାହ ବାତିଲ କରି ଦେଇଥିଲେ। ଏନେଇ ଗତ ୮ ତାରିଖ ଦିନ ଝିଅର ପାରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହେବା ପରେ ଜମନକିରା ପୋଲିସ ମାମଲା (କେସ୍‌ ନଂ- ୧୨୨/୨୦୨୬)ରେ ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପୋଲିସ ନୂତନ ଭାରତୀୟ ନ୍ୟାୟ ସଂହିତା ର ସେକ୍ସନ ୭୭/୭୯/୩୫୬(୨), ଆଇଟି ଆକ୍ଟ, ୨୦୦୦ ର ସେକ୍ସନ ୬୬(ଇ )ଏବଂ ମହିଳା ଅଶ୍ଲୀଳ ରୂପଣ ନିଷେଧ ଆଇନ୍‌, ୧୯୮୬ର ସେକ୍ସନ ୬ ଅଧୀନରେ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଆଶିଷକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ତାକୁ ବିଚାର ବିଭାଗୀୟ ହାଜତ ଜେଲ୍ ହାଜତକୁ ପଠାଇ ଦିଆଯାଇଛି ବୋଲି ଜମନକିରା ଥାନା ଆଇଆଇସି ରଞ୍ଜନ ନାଗ ପ୍ରକାଶ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories