ସ୍ୱାଧୀନତା ଦିବସରେ କିଏ କେଉଁଠି ତ୍ରିରଙ୍ଗା ଉତ୍ତୋଳନ କରିବେ , ଜାଣନ୍ତୁ ସମ୍ପୂର୍ଣ୍ଣ ତାଲିକା…
ଭୁବନେଶ୍ୱର: ଆସନ୍ତା ସ୍ୱାଧୀନତା ଦିବସ ଅବସରରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ କିଏ ପତାକା ଉତ୍ତୋଳନ କରିବେ, ତାହାର ତାଲିକା ପ୍ରକାଶ ପାଇଛି। ରାଜଧାନୀ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତ୍ରିରଙ୍ଗା ଉତ୍ତୋଳନ କରିବେ। ସେହିପରି କଳାହାଣ୍ଡିରେ ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ ଏବଂ ସୁନ୍ଦରଗଡ଼ରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପତାକା ଉତ୍ତୋଳନ କରିବେ। ରାଜ୍ୟର ୧୪ଟି ଜିଲ୍ଲାରେ ମନ୍ତ୍ରୀମାନେ ଏବଂ ୨ଟି ଜିଲ୍ଲାରେ ଆରଡିସି ପତାକା ଉତ୍ତୋଳନ କରିବେ। ଅନ୍ୟ ଜିଲ୍ଲାଗୁଡ଼ିକରେ ସମ୍ପୃକ୍ତ ଜିଲ୍ଲାପାଳ ମଧ୍ୟ ଜାତୀୟ ପତାକା ଉତ୍ତୋଳନ କରିବେ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରରେ ପତାକା ଉତ୍ତୋଳନ କରିବେ। ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ କଳାହାଣ୍ଡିରେ ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୁନ୍ଦରଗଡ଼ରେ ତ୍ରିରଙ୍ଗା ଉତ୍ତୋଳନ କରିବେ। ସେହିପରି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କଟକରେ, ରବି ନାରାୟଣ ନାୟକ ଅନୁଗୁଳରେ, ନିତ୍ୟାନନ୍ଦ ଗଣ୍ଡ ମାଲକାନଗିରିରେ କରିବେ ପତାକା ଉତ୍ତୋଳନ | ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସମ୍ବଲପୁରରେ, ପୃଥ୍ୱୀରାଜ ହରିଚନ୍ଦନ ଗଞ୍ଜାମରେ, ଡ. ମୁକେଶ ମହାଲିଙ୍ଗ ରାୟଗଡ଼ାରେ, ବିଭୁତି ଭୂଷଣ ଜେନା କନ୍ଧମାଳରେ, ଡ. କୃଷ୍ଣ ଚନ୍ଦ୍ର ମହାପାତ୍ର ଖୋର୍ଦ୍ଧାରେ, ଗଣେଶ ରାମ ସିଂ ଖୁଣ୍ଟିଆ ପୁରୀରେ, ସୂର୍ଯ୍ୟବଂଶୀ ସୂରଜ ବଲାଙ୍ଗୀରରେ, ପ୍ରଦୀପ ବଳ ସାମନ୍ତ ବାଲେଶ୍ୱରରେ, ଗୋକୁଳାନନ୍ଦ ମଲ୍ଲିକ ଗଜପତିରେ ଏବଂ ସମ୍ପଦ ଚନ୍ଦ୍ର ସ୍ୱାଇଁ କୋରାପୁଟରେ ପତାକା ଉତ୍ତୋଳନ କରିବେ।
ଚଳିତ ୭୯ ତମ ସ୍ୱାଧୀନତା ଦିବସକୁ ନେଇ ଜିଲ୍ଲାସ୍ତରରେ ପ୍ରସ୍ତୁତି ମଧ୍ୟ ଜୋରଦାର ହୋଇଛି। ପତାକା ଉତ୍ତୋଳନ ସହ ପରେଡ୍, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ବିଭିନ୍ନ ସରକାରୀ ଆୟୋଜନ କରାଯିବାର ରହିଛି ।

