Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାଲିଆ ସାହି ପରେ ଏବେ ନୀଳାଦ୍ରି ବିହାର ଅଞ୍ଚଳରୁ ହଟିବ ଜବରଦଖଲ! ଭାଙ୍ଗିବ ୩୩୦ରୁ ଅଧିକ ଘର; BMC-BDAର କଡ଼ା ପଦକ୍ଷେପ

ଭୁବନେଶ୍ୱର: ଭୁବନେଶ୍ୱରରୁ ହଟିବ ଜବରଦଖଲ। ଜବରଦଖଲକାରୀଙ୍କ ବିରୋଧରେ ଏବେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ବିଏମ୍‌ସି ଓ ବିଡିଏ। ନୀଳାଦ୍ରି ବିହାର ଅଞ୍ଚଳରେ ଥିବା ପ୍ରାୟ ୮୯୦ଟି ଘର ମଧ୍ୟରୁ ୩୩୦ରୁ ଅଧିକ ଘରକୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟାରେ ଭାଙ୍ଗିବା ପାଇଁ ପ୍ରସ୍ତୁତି ହୋଇଛି। ଏହି ଉଚ୍ଛେଦ ସମୟରେ ଆଇନଶୃଙ୍ଖଳା ରକ୍ଷା ପାଇଁ ଚନ୍ଦ୍ରଶେଖରପୁର ଥାନା ପୁଲିସ ମଧ୍ୟ ଉପସ୍ଥିତ ରହିବ।

ସୂଚନା ଅନୁସାରେ, ନୀଳାଦ୍ରି ବିହାରର ଟ୍ରାଂଜିଟ୍ ହାଉସ୍‌ରେ ଦୀର୍ଘଦିନ ଧରି ଅନେକ ଲୋକ ରହିଆସୁଥିଲେ। ସେମାନଙ୍କ ଥଇଥାନ ପାଇଁ ସରକାରଙ୍କ ପକ୍ଷରୁ ନିକଟସ୍ଥ ବୁଧବିହାର ଅଞ୍ଚଳରେ ଥିବା ହାଉସିଂ ପ୍ରକଳ୍ପରେ ଘର ଯୋଗାଇ ଦିଆଯାଇଥିବା ସୂଚନା ମିଳିଛି। ତେବେ ଘର ମିଳିଥିବା ସତ୍ତ୍ୱେ ମଧ୍ୟ କିଛି ଲୋକ ଟ୍ରାଂଜିଟ୍ ହାଉସ୍ ଖାଲି କରୁନଥିବା ଅଭିଯୋଗ ହୋଇଥିଲା। ଫଳରେ ପ୍ରଶାସନ ପକ୍ଷରୁ ଉଚ୍ଛେଦ ପାଇଁ ପଦକ୍ଷେପ ନିଆଯାଇଛି।

ଏହି ଉଚ୍ଛେଦ ପ୍ରକ୍ରିୟାରେ ବିଏମ୍‌ସି ଓ ବିଡିଏର ଟିମ୍ ସାମିଲ ହେବା ସହ ପୁଲିସ ସୁରକ୍ଷା ମଧ୍ୟ ରହିବ। ଦୀର୍ଘଦିନ ଧରି ଜବରଦଖଲ ରହିଥିବା ଅଞ୍ଚଳକୁ ଖାଲି କରିବା ଏବଂ ସରକାରୀ ଜମିର ସୁରକ୍ଷା ପାଇଁ ଏହି ପଦକ୍ଷେପ ନିଆଯାଇଥିବା କୁହାଯାଉଛି। ଏବେ ନୀଳାଦ୍ରି ବିହାରରେ ପ୍ରଶାସନର ଉଚ୍ଛେଦ କାର୍ଯ୍ୟକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories