Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜାତୀୟ ରାଜପଥ ୫୩ ସଂଯୋଗକାରୀ ରାସ୍ତାର ଦୟନୀୟ ଅବସ୍ଥା: ମରଣଯନ୍ତା ପାଲଟିଛି ଜମନକିରା-ଅନଗୁଳ ପଥ, ପ୍ରଶାସନ ଓ ଠିକାଦାରଙ୍କ ସାଂଘାତିକ ଅବହେଳା

ଜମନକିରା : ଜାତୀୟ ରାଜପଥ ୫୩ ଅଧୀନସ୍ଥ ଜମନକିରା ବ୍ଲକ ଏବଂ ଟିକିଲିପଡ଼ା ପଞ୍ଚାୟତ ଦେଇ ପାଲକୁଦର-କଂସର ଦେଇ ଅନଗୁଳ ଆଡ଼କୁ ଯାଉଥିବା ଗୁରୁତ୍ୱପୂର୍ଣ୍ଣ ରାସ୍ତାର ଅବସ୍ଥା ଏବେ ସମ୍ପୂର୍ଣ୍ଣ ଶୋଚନୀୟ ହୋଇପଡ଼ିଛି। ଦୀର୍ଘଦିନ ହେଲା ଏହି ରାସ୍ତା ଖରାପ ହୋଇ ପଡ଼ିରହିଥିବା ବେଳେ ବର୍ତ୍ତମାନ ଏହା ମରଣ ଯନ୍ତାରେ ପରିଣତ ହୋଇଛି। ପ୍ରତିଦିନ ଶହ ଶହ ଗାଡ଼ିମୋଟର ଓ ସ୍ଥାନୀୟ ଲୋକେ ଜୀବନକୁ ବାଜି ଲଗାଇ ଯାତାୟାତ କରୁଛନ୍ତି। ଟିକିଲିପଡ଼ା ଗାଁଟି ପଞ୍ଚାୟତ ସଦର ମହକୁମା ହୋଇଥିବା ବେଳେ ଏଠାରେ ସରକାରୀ କନ୍ୟାଶ୍ରମ, ସରକାରୀ ଆଶ୍ରମ, ମଧ୍ୟ ଇଂରାଜୀ ବିଦ୍ୟାଳୟ, ସରକାରୀ ଉଚ୍ଚ ବିଦ୍ୟାଳୟ, ପଞ୍ଚାୟତ କାର୍ଯ୍ୟାଳୟ, ଆରୋଗ୍ୟ କେନ୍ଦ୍ର ଆଦି ଅନେକ ପଞ୍ଚାୟତ ସ୍ତରୀୟ ସରକାରୀ ଓ ବେସରକାରୀ କାର୍ଯ୍ୟଳୟ ରହିଛି। ରାସ୍ତାର ସ୍ଥାୟୀ ନିର୍ମାଣ ଓ ମରାମତି ପାଇଁ ସ୍ଥାନୀୟ ଜନସାଧାରଣ ବାରମ୍ବାର ଦାବି କରିଆସୁଥିଲେ ହେଁ ପ୍ରଶାସନିକ ସ୍ତରରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ଏକ ଠିକା ସଂସ୍ଥା ଉକ୍ତ କାର୍ଯ୍ୟର ଦାୟିତ୍ୱ ନେଇଥିବା ଜଣାପଡ଼ିଛି। ମାତ୍ର ସରକାରୀ ନିୟମ ଅନୁଯାୟୀ କାର୍ଯ୍ୟସ୍ଥଳରେ ଯେଉଁ ସୂଚନା ବୋର୍ଡ ଲାଗିବା କଥା, ତାହା ଏପର୍ଯ୍ୟନ୍ତ ଲଗାଯାଇ ନାହିଁ ବୋଲି ଠିକା ସଂସ୍ଥାର ମାଲିକ ପ୍ରକାଶ କରିଛନ୍ତି।ସୂଚନା ଫଳକ ନଥିବା ଯୋଗୁଁ କାମର ଅଟକଳ ମୂଲ୍ୟ କେତେ, କେବେ ଶେଷ ହେବ, ସେ ନେଇ ସାଧାରଣ ଜନତା ସମ୍ପୂର୍ଣ୍ଣ ଅନ୍ଧାରରେ ରହିଛନ୍ତି। ସମସ୍ୟା ବାବଦରେ ଆଲୋଚନା କରିବା ପାଇଁ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଙ୍କୁ ବାରମ୍ବାର ଫୋନ୍ କରାଯାଉଥିଲେ ସୁଦ୍ଧା ସେ ଫୋନ୍ ଉଠାଉ ନାହାନ୍ତି। ଏଥିରୁ ସରକାରୀ ଅଧିକାରୀଙ୍କ ଜନସାଧାରଣଙ୍କ ସମସ୍ୟା ପ୍ରତି ଥିବା ଉଦାସୀନତା ସ୍ପଷ୍ଟ ଭାବେ ପଦାରେ ପଡ଼ିଛି। ସେପଟେ ଠିକାଦାରଙ୍କ ସହ ଯୋଗାଯୋଗ କରି ପଚାରିବାରୁ, ସେ ଗତ ଜୁନ୍ ୨୬ ରେ ଏଗ୍ରିମେଣ୍ଟ୍ ହୋଇଥିବା ଏବଂ ଶୀଘ୍ର କାମ ଆରମ୍ଭ ହେବ ବୋଲି ସଫେଇ ଦେଇଛନ୍ତି। ମାତ୍ର ଏଗ୍ରିମେଣ୍ଟକୁ ଦୀର୍ଘ ଦିନ ବିତି ଯାଇଥିଲେ ବି ବାସ୍ତବରେ କୌଣସି କାମ ଆରମ୍ଭ ନହେବା ଠିକାଦାର ଓ ବିଭାଗୀୟ ମିଶାମିଶିକୁ ସୂଚାଉଛି। ଜାତୀୟ ରାଜପଥ ୫୩ ଭଳି ପ୍ରମୁଖ ମାର୍ଗ ସହ ସଂଯୋଗ କରୁଥିବା ଏହି ରାସ୍ତାର ନିର୍ମାଣ କାର୍ଯ୍ୟ ଯଦି ଅବିଳମ୍ବେ ଆରମ୍ଭ ନହୁଏ, ତେବେ ଟିକିଲିପଡ଼ା ପଞ୍ଚାୟତ ଓ ଜମନକିରା ବ୍ଲକବାସୀ ରାଜରାସ୍ତାକୁ ଓହ୍ଲାଇବା ସହ ବୃହତର ଆନ୍ଦୋଳନ କରିବେ ବୋଲି ଚର୍ଚ୍ଚା ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories