Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଉରିଗୋଡାରେ ବିଶ୍ୱ ହସ୍ତୀ ଦିବସ ପାଳିତ

ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଅନ୍ତର୍ଗତ ବାଉରୀଗୋଡା ସ୍ଥିତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ସଭାକକ୍ଷରେ ବିଶ୍ୱ ହସ୍ତୀ ଦିବସ ପାଳିତ ହୋଇ ଯାଇଛି। ଏହି ଉପଲକ୍ଷେ ବ୍ଲକ ସ୍ତରୀୟ ଶିକ୍ଷକ ସଂଘ ସଭାପତି ତଥା ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର କର୍ସେଲଙ୍କ ସଭାପତିତ୍ବରେ ଆୟୋଜିତ ଉତ୍ସବରେ ଅବସର ପ୍ରାପ୍ତ ଅଧ୍ୟକ୍ଷ, ପରିବେଶବିତ୍ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି,ପୂର୍ବତନ ବ୍ଲକ ଅଧ୍ୟକ୍ଷ କରୁଣା କର କିଷାନ୍ ଓ ଅବସର ପ୍ରାପ୍ତ ହିନ୍ଦୀ ଶିକ୍ଷକ ସୌଭାଗ୍ୟ କୁମାର ପଟେଲ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ହାତୀ ଓ ମଣିଷ ଭିତରେ ଥିବା ସଂଘର୍ଷ ର ଇତି କରିବାକୁ ଜଙ୍ଗ ସୁରକ୍ଷା ପାଇଁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ଆୟୋଜିତ ଡ୍ରଇଂ, କୁଇଜ୍ ଓ ପ୍ରବନ୍ଧ ପ୍ରତିଯୋଗିତା ର କୃତି ପ୍ରତିଯୋଗୀ ପ୍ରିୟଙ୍କା ପୂଜାରୀ, ତପନ ରକ୍ସା ଓ ପ୍ରିୟଙ୍କା ସୁନାନିଙ୍କୁ ଅତିଥି ଗଣ ପୁରସ୍କୃତ କରିଥିଲେ। ଏହି ଅବସରରେ ଛାତ୍ର, ଛାତ୍ରୀ ଗଣ ବନ୍ୟପ୍ରାଣୀର ସୁରକ୍ଷା ଓ ବୃକ୍ଷ ରୋପଣ କରିବାକୁ ମିଳିତ ଭାବରେ ସବୁଜ ଶପଥ ନେଇଥିଲେ। ପ୍ରାରମ୍ଭରେ ସହକାରୀ ଶିକ୍ଷୟିତ୍ରୀ ଅନ୍ସିକା ପୂର୍ଡିଆ ସ୍ଵାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅନ୍ୟତମ ସହକାରୀ ଶିକ୍ଷୟିତ୍ରୀ ଋତୁପୂର୍ଣା ଧୁରୁଆ ଧନ୍ୟବାଦ୍ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories