Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଡିଓଙ୍କ ପରିଚୟ ଦେଇ କଲେ ଠକେଇ! ସୋଲାର ପ୍ରୋଜେକ୍ଟ ନାଁରେ ପ୍ରିନ୍ସିପାଲଙ୍କ ଆକାଉଣ୍ଟରୁ ଲୁଟିନେଲେ ୨୦ ହଜାର ଟଙ୍କା

ମୟୂରଭଞ୍ଜ: ମୟୂରଭଞ୍ଜର ଖୁଣ୍ଟା ଅଞ୍ଚଳରେ ସାଇବର ଠକେଇର ଏକ ନୂଆ ଘଟଣା ସାମ୍ନାକୁ ଆସିଛି। ନିଜକୁ ବିଡିଓ ବୋଲି ପରିଚୟ ଦେଇ ଜଣେ ଯୁବକ କଲେଜରେ ସୋଲାର ପ୍ରୋଜେକ୍ଟ ବସାଇବାର ପ୍ରଲୋଭନ ଦେଖାଇ ପ୍ରିନ୍ସିପାଲଙ୍କ ଆକାଉଣ୍ଟରୁ ୨୦ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି।

ସୂଚନା ଅନୁସାରେ, ଖୁଣ୍ଟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରିନ୍ସିପାଲ ନନ୍ଦ କିଶୋର ପଟ୍ଟନାୟକଙ୍କୁ ଜଣେ ବ୍ୟକ୍ତି ଫୋନ୍ କରି ନିଜକୁ ବିଡିଓ ବୋଲି ପରିଚୟ ଦେଇଥିଲେ। କଲେଜରେ ସୋଲାର ପ୍ରୋଜେକ୍ଟ ସ୍ଥାପନ ପାଇଁ ସରକାରଙ୍କ ପକ୍ଷରୁ ପ୍ରାଥମିକ ଭାବେ ୪୦ ହଜାର ଟଙ୍କା ମିଳିବ ବୋଲି ସେ କହିଥିଲେ। ଏଥିପାଇଁ ନେଟ୍‌ ବ୍ୟାଙ୍କିଙ୍ଗ ମାଧ୍ୟମରେ ଟଙ୍କା ଗ୍ରହଣ କରିବାକୁ କହି ପ୍ରିନ୍ସିପାଲଙ୍କୁ ଏକ ଆକାଉଣ୍ଟ ନମ୍ବର ଦିଆଯାଇଥିଲା।

ତେବେ ଟଙ୍କା ଆସିବା ପରିବର୍ତ୍ତେ ପ୍ରିନ୍ସିପାଲଙ୍କ ଆକାଉଣ୍ଟରୁ ୨୦ ହଜାର ଟଙ୍କା କଟିଯାଇଥିବା ସେ ଜାଣିବାକୁ ପାଇଥିଲେ। ଏହାପରେ ଘଟଣାଟି ସାଇବର ଠକେଇ ବୋଲି ସ୍ପଷ୍ଟ ହୋଇଥିଲା। ସେହି ଠକେଇବାଜମାନେ ଆଉ ଜଣେ କର୍ମଚାରୀଙ୍କୁ ମଧ୍ୟ ଠକିବାକୁ ଉଦ୍ୟମ କରିଥିଲେ। ତେବେ ପ୍ରିନ୍ସିପାଲ ତାଙ୍କୁ ସତର୍କ କରିଦେବାରୁ ସେ ଠକେଇରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ଘଟଣାକୁ ନେଇ ପ୍ରିନ୍ସିପାଲ ଖୁଣ୍ଟା ଥାନାରେ ଲିଖିତ ଅଭିଯୋଗ କରିଥିବାବେଳେ ପୁଲିସ ମାମଲାର ତଦନ୍ତ କରୁଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories