Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହିଣ୍ଡାଲ୍‍କୋର ବାଫ୍‍ଲିମାଳି ଦୀର୍ଘସ୍ଥାୟୀ ଖଣି କାର୍ଯ୍ୟପଦ୍ଧତି ନିମନ୍ତେ ଏଏସ୍‍ଆଇ ମାନ୍ୟତାହାସଲ କରିବାରେ ଭାରତର ପ୍ରଥମ ବକ୍ସାଇଟ ଖଣି ହେଲା

ରାୟଗଡ଼ା: ଆଦିତ୍ୟ ବିର୍ଲା ଗ୍ରୁପ୍‍ର ଅଗ୍ରଣୀ ଧାତବ କମ୍ପାନୀ ହିଣ୍ଡାଲ୍‍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ (ୟୁଏଆଇଏଲ) ଓଡ଼ିଶାର ରାୟଗଡା ଜିଲ୍ଲାରେ ଥିବା ତାହାର ବାଫ୍‍ଲିମାଳି ବକ୍ସାଇଟ ଖଣି ନିମନ୍ତେ ଆଲୁମିନିୟମ ଷ୍ଟିୱାର୍ଡସିପ୍‍ ଇନିସିଏଟିଭ୍‍ (ଏଏସ୍‍ଆଇ) ପରଫରମାନ୍ସ ଷ୍ଟାଣ୍ଡାର୍ଡ ଭି୩.୧ (୨୦୨୩) ପ୍ରମାଣନ ହାସଲ କରିଥିବା ବିଷୟ ଘୋଷଣା କରିଛି ।
ଏଏସ୍‍ଆଇ ପରଫରମାନ୍ସ ଷ୍ଟାଣ୍ଡାର୍ଡ ଭି୩.୧ ପ୍ରମାଣନରେ ଯୋଜନା ପ୍ରସ୍ତୁତି, ଖଣି କାର୍ଯ୍ୟ, ଉକ୍ତ ସ୍ଥାନରେ ଚୂର୍ଣ୍ଣ କରିବା ଏବଂ ବାଫ୍‍ଲିମାଳି ବକ୍ସାଇଟ ଖଣିଗୁଡିକରୁ ବକ୍ସାଇଟକୁ କନ୍‍ଭେୟର ପରିବହନ ଆଦି ସାମିଲ ରହିଛି, ଯାହାର ବାର୍ଷିକ ଉତ୍ପାଦନ କ୍ଷମତା ୮.୫ ନିୟୁତ ଟନ୍‍ ରହିଛି । ଏହି ଖଣିଗୁଡିକ ଉତ୍କଳ ଆଲୁମିନା ବିଶୋଧନାଗାର ପରିଚାଳନା ନିମନ୍ତେ ବକ୍ସାଇଟ ଯୋଗାଣ କରୁଛି ଏବଂ ହିଣ୍ଡାଲ୍‍କୋର ସମନ୍ୱିତ ଆଲୁମିନିୟମ ମୂଲ୍ୟ ଶୃଙ୍ଖଳର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟେ ।
ଏହି ସଫଳତା ସହିତ ବାଫ୍‍ଲିମାଳି ଏଏସ୍‍ଆଇ ପରଫରମାନ୍ସ ଷ୍ଟାଣ୍ଡାର୍ଡ ଭି୩.୧ ମାନ୍ୟତା ହାସଲ କରିବାରେ ଭାରତର ପ୍ରଥମ ବକ୍ସାଇଟ ଖଣି କାର୍ଯ୍ୟପଦ୍ଧତି ହୋଇଛି । ଏହି ଉଲ୍ଲେଖନୀୟ ସଫଳତା ହିଣ୍ଡାଲ୍‍କୋର ଏଏସ୍‍ଆଇ-ପ୍ରମାଣିକୃତ ବର୍ଗମାଳା ସମୁଦାୟ ଖଣି କାର୍ଯ୍ୟ, ସ୍ମେଲଟିଂ ଏବଂ ଡାଉନ୍‍ଷ୍ଟ୍ରିମ ଉତ୍ପାଦନ ପରିଚାଳନାରେ ୧୧ଟି କାର୍ଯ୍ୟକ୍ଷେତ୍ରକୁ ସମ୍ପ୍ରସାରିତ ହୋଇଛି । ପ୍ରମାଣିକୃତ କାର୍ଯ୍ୟ ପରିଚାଳନା ବର୍ଗମାଳା ମଧ୍ୟରେ ମଉଦା, ହୀରାକୁଦ ଏଫଆରପି, ତଲୋଜା, କୁପ୍ପମ୍‍, ଆଲୁପୁରମ୍‍, ବେଲୁର, ରେଣୁକୋଟ, ବେଲଗାଭୀ, ହୀରାକୁଦ ଓ ଆଦିତ୍ୟରେ ଥିବା କାରଖାନାଗୁଡିକ ରହିଛି ।
ଉତ୍କଳ ଆଲୁମିନା ହିଣ୍ଡାଲ୍‍କୋର ଅନ୍ୟତମ ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ କାର୍ଯ୍ୟ ପରିଚାଳନା କମ୍ପାନୀ ହୋଇଛି, ଯାହା ବାର୍ଷିକ ପ୍ରାୟ ୨.୬୭ ନିୟୁତ ଟନ୍‍ ଆଲୁମିନା ଉତ୍ପାଦନ କରୁଛି । ବିଶୋଧନାଗାର ନିମନ୍ତେ ବକ୍ସାଇଟର ପ୍ରାଥମିକ ଉତ୍ସ ଭାବରେ ବାଫ୍‍ଲିମାଳି ଆଲୁମିନିୟମ ଉତ୍ପାଦନକୁ ସମର୍ଥନ କରିବାରେ ଏକ ରଣନୈତିକ ଭୂମିକା ନିର୍ବାହ କରୁଛି ।
କୈଳାସ ପାଣ୍ଡେ, ସିଇଓ- ଆଲୁମିନିୟମ ଅପ୍‍ଷ୍ଟ୍ରିମ, ହିଣ୍ଡାଲ୍‍କୋ ଇଣ୍ଡଷ୍ଟ୍ରିଜ କହିଥିଲେ, “ହିଣ୍ଡାଲ୍‍କୋ ପାଇଁ ବାଫ୍‍ଲିମାଳି ଏକ ରଣନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ସମ୍ପତ୍ତି ଏବଂ ଆମର ସମନ୍ୱିତ ଆଲୁମିନିୟମ ମୂଲ୍ୟ ଶୃଙ୍ଖଳରେ ଏକ ଗୁରୁତ୍ୱପୂର୍ଣ୍ଣ ସଂଯୋଗକାରୀ ହୋଇଛି । ବାଫ୍‍ଲିମାଳି ର ଏଏସ୍‍ଆଇ ପ୍ରମାଣନ ଦୀର୍ଘସ୍ଥାୟିତା, ସ୍ୱଚ୍ଛତା ଏବଂ ଉତ୍ପାଦନର ପ୍ରତ୍ୟେକ ପର୍ଯ୍ୟାୟରେ ଦାୟିତ୍ୱସମ୍ପନ୍ନ ଭାବରେ ସମ୍ବଳ ସଂଗ୍ରହକୁ ଧାରଣ କରିବା ନିମନ୍ତେ ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି । ସମୁଦାୟ ଅତିରିକ୍ତ ଅପ୍‍ଷ୍ଟ୍ରିମ କାର୍ଯ୍ୟ ପରିଚାଳନା କ୍ଷେତ୍ରରେ ପ୍ରମାଣନକୁ ଆମେ ସମ୍ପ୍ରସାରିତ କରୁଥିବାବେଳେ ଆମେ ଖଣି ଠାରୁ ନେଇ ଧାତୁ ପର୍ଯ୍ୟନ୍ତ ଏକ ଅଧିକ ସମନ୍ୱିତ ଏବଂ ବୈଶ୍ୱିକ ସ୍ତରରେ ସ୍ୱୀକୃତ ଦାୟିତ୍ୱସମ୍ପନ୍ନ ଆଲୁମିନିୟମ ମୂଲ୍ୟ ଶୃଙ୍ଖଳର ମୂଳଦୁଆକୁ ସୁଦୃଢ କରୁଛୁ ।”
ଡ. ଫିଓନା ସୋଲୋମନ୍‍, ଚିଫ୍‍ ଏକ୍‍ଜିକ୍ୟୁଟିଭ ଅଫିସର, ଆଲୁମିନିୟମ ଷ୍ଟିୱାର୍ଡସିପ୍‍ ଇନିସିଏଟିଭ (ଏଏସ୍‍ଆଇ) କହିଥିଲେ, “ବାଫ୍‍ଲିମାଳି ବକ୍ସାଇଟ ଖଣିଗୁଡିକର ପ୍ରମାଣନ ଉତ୍କଳ ଆଲୁମିନା ଏବଂ ବିସ୍ତାରିତ ଭାବରେ ଏଏସ୍‍ଆଇର ଦୀର୍ଘସ୍ଥାୟୀ ମାନକଗୁଡିକ ସହିତ ନିରନ୍ତର ନିୟୋଜନତାକୁ ପ୍ରତିଫଳିତ କରୁଛି । ଆଲୁମିନିୟମ ମୂଲ୍ୟ ଶୃଙ୍ଖଳର ବିବିଧ ପର୍ଯ୍ୟାୟରେ ଏଏସ୍‍ଆଇ ପ୍ରମାଣନରେ ଅଂଶଗ୍ରହଣ କ୍ଷେତ୍ରରେ ହିଣ୍ଡାଲ୍‍କୋ ବ୍ୟବସାୟିକ ପରିଚାଳନାର ବର୍ଦ୍ଧିତ ସଂଖ୍ୟା, ଏହି ସମୁଦାୟ କ୍ଷେତ୍ରରେ ସ୍ୱୀକୃତିପ୍ରାପ୍ତ ପାରିବେଶିକ, ସାମାଜିକ ଓ ପରିଚାଳନା କାର୍ଯ୍ୟାଭ୍ୟାସକୁ କାର୍ଯ୍ୟକାରୀ କରିବା ତଥା ଦାୟିତ୍ୱସମ୍ପନ୍ନ ଉତ୍ପାଦନକୁ ଆଗେଇନେବା ନିମନ୍ତେ ପ୍ରତିବଦ୍ଧତାକୁ ପ୍ରଦର୍ଶନ କରୁଛି । ଏଭଳି ପ୍ରୟାସଗୁଡିକ ସ୍ୱଚ୍ଛତା, ଅନୁରେଖଣୀୟତା (ପତା ଲଗାଇବା) ଏବଂ ଅଂଶୀଦାରମାନଙ୍କର ଆସ୍ଥାକୁ ସମୁଦାୟ ଆଲୁମିନିୟମ ମୂଲ୍ୟ ଶୃଙ୍ଖଳରେ ସୁଦୃଢ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି ।”
ଆଲୁମିନିୟମ ଷ୍ଟିୱାର୍ଡସିପ୍‍ ଇନିସିଏଟିଭ (ଏଏସ୍‍ଆଇ) ହେଉଛି ଆଲୁମିନିୟମ ମୂଲ୍ୟ ଶୃଙ୍ଖଳ ନିମନ୍ତେ ଅଗ୍ରଣୀ ବିଶ୍ୱସ୍ତରୀୟ ଦୀର୍ଘସ୍ଥାୟୀ ମାନକ ଓ ପ୍ରମାଣନକାରୀ ସଂଗଠନ । ଏହାର ପ୍ରଦର୍ଶନ ମାନକ ଜୈବ ବିବିଧତା, ସବୁଜଗୃହ ଗ୍ୟାସ ନିର୍ଗମନ, ଗୋଷ୍ଠୀ ନିୟୋଜନତା, ମାନବ ଅଧିକାର, ବୃତ୍ତିଗତ ସ୍ୱାସ୍ଥ୍ୟ ଏବଂ ନିରାପତ୍ତା ଓ ଦାୟିତ୍ୱସମ୍ପନ୍ନ ବ୍ୟବସାୟିକ କାର୍ଯ୍ୟପଦ୍ଧତିଗୁଡିକ ନିମନ୍ତେ ପରିବେଶଗତ, ସାମାଜିକ ଓ ପରିଚାଳନାଗତ ପ୍ରଦର୍ଶନର ମୂଲ୍ୟାୟନ କରିଥାଏ ।
ନିରପେକ୍ଷ ତୃତୀୟ-ପକ୍ଷ ପ୍ରମାଣନ ଅଡିଟ୍‍ କାର୍ଯ୍ୟ ଏଏସ୍‍ଆଇର ୱିଟ୍‍ନେସ୍‍ ଆସେସ୍‍ମେଣ୍ଟ ପ୍ରୋସେସ୍‍ (ସାକ୍ଷ୍ୟ ଆକଳନ ପ୍ରକ୍ରିୟା) ଅଧୀନରେ ସେଟିଜିଓନ୍‍ (ସିଇଟିଆଇଜେଡଆଇଓଏନ୍‍) ଭେରିଫିକା ଦ୍ୱାରା କରାଯାଇଥିଲା ଏବଂ ସଂସ୍ଥାନର କ୍ୱାଲିଟି ଆସ୍ୟୁରାନ୍ସ ବିଧିବ୍ୟବସ୍ଥାର ଅଂଶ ଭାବରେ ଏଏସ୍‍ଆଇ ସେକ୍ରେଟାରୀଏଟ୍‍ର ସଦସ୍ୟଗଣ ଏହାକୁ ପର୍ଯ୍ୟବେକ୍ଷଣ କରିଥିଲେ ।
ବୈଶ୍ୱିକ ଗ୍ରାହକମାନେ ଅଧିକରୁ ଅଧିକ ଦାୟିତ୍ୱସମ୍ପନ୍ନ ଭାବରେ ସଂଗୃହୀତ ପଦାର୍ଥଗୁଡିକ ଏବଂ ବୃହତ୍ତର ଯୋଗାଣ ଶୃଙ୍ଖଳ ସ୍ୱଚ୍ଛତା ଚାହୁଁଥିବାରୁ ସମୁଦାୟ ଶିଳ୍ପଭିତ୍ତିକ ମୂଲ୍ୟ ଶୃଙ୍ଖଳଗୁଡିକରେ ଦୀର୍ଘସ୍ଥାୟିତା ପ୍ରମାଣନଗୁଡିକ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହୋଇଛି । ଏଏସ୍‍ଆଇ ପ୍ରମାଣନ ନିରପେକ୍ଷ ପ୍ରତିଶ୍ରୁତି ପ୍ରଦାନ କରୁଛି ଯେ ସମୁଦାୟ କାର୍ଯ୍ୟଗୁଡିକ ଆନ୍ତର୍ଜାତିକସ୍ତରରେ ସ୍ୱୀକୃତ ଦୀର୍ଘସ୍ଥାୟୀ ମାନକ ଓ ଦାୟିତ୍ୱସମ୍ପନ୍ନ ଉତ୍ପାଦନ କାର୍ଯ୍ୟାଭ୍ୟାସ ମୁତାବକ କରାଯାଉଛି ।
ବାଫ୍‍ଲିମାଳିର ପ୍ରମାଣନ ଦାୟିତ୍ୱସମ୍ପନ୍ନ ଖଣି କାର୍ଯ୍ୟ, ଦୀର୍ଘସ୍ଥାୟୀ ଉତ୍ପାଦନ କାର୍ଯ୍ୟପଦ୍ଧତି ଏବଂ ଭାରତରୁ ବିଶ୍ୱସ୍ତରରେ ପ୍ରତିଦ୍ୱନ୍ଦ୍ୱୀ ଆଲୁମିନିୟମ ଯୋଗାଣ ଶୃଙ୍ଖଳଗୁଡିକର ବିକାଶ ନିମନ୍ତେ ହିଣ୍ଡାଲ୍‍କୋର ପ୍ରତିବଦ୍ଧତାକୁ ପୁନଃ ସୁଦୃଢୀକରଣ କରୁଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories