Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଇସୁଆଁ ଏୟାରଷ୍ଟ୍ରିପ୍‌ରୁ ଉଡିବ ବିମାନ! ଜିଲ୍ଲାର ଉନ୍ନତିକରଣ ଓ ସମ୍ପ୍ରସାରଣ ପାଇଁ ସରକାରଙ୍କ ଯୋଜନା

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ବିମାନ ସେବାକୁ ନେଇ ଆଶା ବଢ଼ିଛି। ରାଇସୁଆଁ ଏୟାରଷ୍ଟ୍ରିପ୍‌ର ଉନ୍ନତିକରଣ ଓ ସମ୍ପ୍ରସାରଣ ପାଇଁ ସରକାର ଯୋଜନା କରୁଥିବାରୁ ଜିଲ୍ଲାବାସୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ଏୟାରଷ୍ଟ୍ରିପ୍‌ର ଆଧୁନିକୀକରଣ ହେଲେ କେନ୍ଦୁଝରକୁ ସିଧାସଳଖ ବିମାନ ସଂଯୋଗର ରାସ୍ତା ଖୋଲିପାରିବ।

ଖଣିଜ ସମ୍ପଦରେ ସମୃଦ୍ଧ କେନ୍ଦୁଝରରେ ଶିଳ୍ପ ଓ ପୁଞ୍ଜିନିବେଶର ଅନେକ ସମ୍ଭାବନା ରହିଛି। କିନ୍ତୁ ବିମାନ ସେବା ନଥିବାରୁ ନିବେଶକ ଓ ବ୍ୟବସାୟୀଙ୍କୁ ଭୁବନେଶ୍ୱର ଦେଇ ସଡ଼କପଥରେ କେନ୍ଦୁଝର ଆସିବାକୁ ପଡ଼ୁଛି। ରାଇସୁଆଁ ଏୟାରଷ୍ଟ୍ରିପ୍‌ କାର୍ଯ୍ୟକ୍ଷମ ହେଲେ ଶିଳ୍ପ, ବ୍ୟବସାୟ ଓ ନିବେଶ କ୍ଷେତ୍ରରେ ଜିଲ୍ଲାକୁ ନୂଆ ଗତି ମିଳିପାରେ।

ଏହା ସହ ଏୟାରଷ୍ଟ୍ରିପ୍‌ର ବିକାଶ ଦ୍ୱାରା ସ୍ୱାସ୍ଥ୍ୟସେବା, ଶିକ୍ଷା ଓ ପର୍ଯ୍ୟଟନ କ୍ଷେତ୍ର ମଧ୍ୟ ଲାଭବାନ ହେବାର ଆଶା ରହିଛି। ବିଶେଷଜ୍ଞ ଡାକ୍ତର, ଶିକ୍ଷାବିତ୍‌ ଓ ବ୍ୟବସାୟୀଙ୍କ ଯାତାୟାତ ସହଜ ହେବା ସହ ସ୍ଥାନୀୟ ଯୁବପିଢ଼ିଙ୍କ ପାଇଁ ନୂଆ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହୋଇପାରେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ