Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋଲକାତାକୁ ଆରମ୍ଭ ହେଲା ମାଗଣା ବସ୍ ସେବା

ଭୁବନେଶ୍ୱର: କୋଲକାତାକୁ ଆରମ୍ଭ ହେଲା ମାଗଣା ବସ୍ ସେବା। ଏ ନେଇ ଗତକାଲି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦୁର୍ଘଟଣା ଯୋଗୁଁ କୋଲକାତାକୁ ଟ୍ରେନ୍ ସେବା ବ୍ୟାହତ ହୋଇଛି। ଏହାଯୋଗୁ ଲୋକମାନ ଙ୍କ ଯିବା ଆସିବା ଅନେକ ମାତ୍ରାରେ ପ୍ରଭାବିତ ହୋଇଛି। ଏଥିପାଇଁ ରାଜ୍ୟ ସରକାର କୋଲକାତାକୁ ମାଗଣା ବସ ସେବା ଆରମ୍ଭ କରିଛନ୍ତି।

ଆଜିଠାରୁ ପୁରୀ, ଭୁବନେଶ୍ୱର ଓ କଟକରୁ ଏହି ବସ ସେବା ଯାତ୍ରୀଙ୍କ ପାଇଁ ଯୋଗାଇ ଦିଆଯାଇଛି। ଏହି ବସ୍ ସେବାର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ବାଲେଶ୍ୱର ରୁଟରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ ନ ହେବା ପର୍ଯ୍ୟନ୍ତ ଏସବୁ ବ୍ୟବସ୍ଥା ବଳବତ୍ତର ରହିବ।

ସୂଚନା ଅନୁସାରେ, ରବିବାର ରାତିରୁ ମାଗଣା ବସ୍‌ସେବା ଆରମ୍ଭ ହୋଇଯାଇଛି। ଗତକାଲି ସାଢେ ୧୧ଟା ସୁଦ୍ଧା ପୁରୀରୁ ୨୦ଟି ବସ୍, ଭୁବନେଶ୍ୱରରୁ ୨୩ ଏବଂ କଟକରୁ ୧୬ଟି ବସ୍ କୋଲକାତା ଅଭିମୁଖେ ଯାତ୍ରା କରିଛନ୍ତି। ଏହି ମାଗଣା ବସ୍‌ ସେବା ମଧ୍ୟରେ ରାଜ୍ୟ ସରକାରଙ୍କର ଓଏସଆରଟିସି ବସ୍ ମଧ୍ୟ ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ