Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉଚ୍ଚ ବିଦ୍ୟାଳୟ ଭୋଜପୁରରେ ‘ହର୍ ଘର୍ ତ୍ରିରଙ୍ଗା’ ଅଭିଯାନ: ଶୋଭାଯାତ୍ରାରେ କମ୍ପିଲା ଗ୍ରାମ

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଭୋଜପୁର ସରକାରୀ (ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ) ଉଚ୍ଚ ବିଦ୍ୟାଳୟ ଭୋଜପୁର ପରିସରରେ ‘ହର୍ ଘର୍ ତ୍ରିରଙ୍ଗା’ ଅଭିଯାନ ଅତ୍ୟନ୍ତ ଉତ୍ସାହ ଓ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ ହାତରେ ଜାତୀୟ ପତାକା ଧରି ବିଦ୍ୟାଳୟଠାରୁ ଭୋଜପୁର ଗ୍ରାମ ପର୍ଯ୍ୟନ୍ତ ଏକ ବିଶାଳ ସଚେତନତା ପରିକ୍ରମା ରାଲି ବାହାର କରିଥିଲେ। ପରିକ୍ରମା ସମୟରେ “ଭାରତ ମାତା କି ଜୟ”, “ବନ୍ଦେ ମାତରଂ” ଏବଂ “ହର୍ ଘର୍ ତ୍ରିରଙ୍ଗା” ନାରାରେ ଗ୍ରାମାଞ୍ଚଳ ପ୍ରକମ୍ପିତ ହୋଇଉଠିଥିଲା। ଏହା ସହିତ ଅଡିଓ ମାଧ୍ୟମରେ “ବନ୍ଦେ ମାତରଂ” ସଙ୍ଗୀତ ଗାନ କରାଯାଇ ଗ୍ରାମବାସୀଙ୍କ ମନରେ ଦେଶପ୍ରେମର ଭାବନା ଜାଗ୍ରତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଯୋଗୁଁ ବିଦ୍ୟାଳୟ ତଥା ସମଗ୍ର ଗ୍ରାମ ପରିସରଟି ଉତ୍ସବମୁଖର ହୋଇପଡ଼ିଥିଲା। ଏହି ସଚେତନତା ଶୋଭାଯାତ୍ରାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିକୁଞ୍ଜ ବିହାରୀ ରଣାଙ୍କ ନେତୃତ୍ୱରେ ସହକାରୀ ଶିକ୍ଷକ ଚକ୍ରଧର ମାଝୀ, ଆଦିତ୍ୟ କୁମାର ପ୍ରଧାନ, କ୍ରୀଡ଼ା ଶିକ୍ଷକ ସୁଶାନ୍ତ ଚୌଧୁରୀ, ଅମୀୟ ନାୟକ, ସୁଧୀର କୁମାର ଛତ୍ରିଆ, ଶିକ୍ଷୟିତ୍ରୀ ସଂଜୁଲତା ବାଘ୍, ପୂଜା ପଟେଲ, ସୁଜାତା ତ୍ରିପାଠୀ, ପଙ୍କଜିନୀ ବାରିକ୍, ପିଅନ ଶାନ୍ତନୁ ରାଉଡ଼ିଆଙ୍କ ସମେତ ବିଦ୍ୟାଳୟର ସମସ୍ତ କର୍ମଚାରୀ ସକ୍ରିୟ ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories