Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡ଼ିଆ ଫିଲ୍ମରେ ପ୍ରଥମଥର ନଜର ଆସିବେ ସଞ୍ଜୟ ମିଶ୍ରା, ଭୁବନେଶ୍ୱରରେ ଆଜିଠୁ ଆରମ୍ଭ ହେଲା ସୁଟିଂ

ଭୁବନେଶ୍ୱର: ଭୁବନେଶ୍ବରରେ ପହଞ୍ଚିଲେ ବଲିଉଡ୍‌ର ଲୋକପ୍ରିୟ ଅଭିନେତା ସଞ୍ଜୟ ମିଶ୍ରା | ପ୍ରଥମ ଥର ଓଡ଼ିଆ ସିନେମାରେ ଅଭିନୟ କରିବେ । ଆଜିଠାରୁ ସିନେମାର ସୁଟିଂ ଆରମ୍ଭ ହେବ ଏବଂ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଏହାର ସୁଟିଂ ଚାଲିବ। ବିମାନବନ୍ଦରରେ ପହଞ୍ଚିବା ପରେ ସଞ୍ଜୟ ମିଶ୍ରା ଏନେଇ ସୂଚନା ଦେଇଛନ୍ତି।

ଏହା ତାଙ୍କର ପ୍ରଥମ ଓଡ଼ିଆ ଭାଷାର ସିନେମା ହୋଇଥିବାରୁ ସେ ବେଶ୍ ଉତ୍ସାହିତ ଅଛନ୍ତି। ବର୍ତ୍ତମାନ ସେ ଓଡ଼ିଆ ଭାଷା ଶିଖୁଥିବା କହିବା ସହ ଓଡ଼ିଆ ଦର୍ଶକ ତାଙ୍କୁ ଗ୍ରହଣ କରିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ବର୍ତ୍ତମାନ ଶ୍ରାବଣ ମାସ ଚାଲିଥିବାରୁ ଆଗାମୀ ଦିନରେ ଲିଙ୍ଗରାଜଙ୍କ ଦର୍ଶନ କରିବାକୁ ମଧ୍ୟ ତାଙ୍କର ଯୋଜନା ରହିଛି।

ଯଦିଓ ବର୍ତ୍ତମାନ ସିନେମାରେ ଶୀର୍ଷକ ଘୋଷଣା ହୋଇନି କିନ୍ତୁ ଦଶହରା ପୂଜା ବଜାରରେ ଏହି ସିନେମା ଆସିବ ଏବଂ ସେଥିରେ ଦର୍ଶକ ୮୦ ଦଶକର ରୋମାନ୍ସ ପରଦାରେ ଦେଖିବାକୁ ପାଇବେ ବୋଲି ସୂଚନା ମିଳିଛି । ଏହି ସିନେମାରେ ସଞ୍ଜୟ ମିଶ୍ରା ଙ୍କ ସହିତ ଓଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ ମହାଶ୍ୱେତା ରାୟ, ଅଭିନେତ୍ରୀ ଭୂମିକା ଦାଶ, ଅଭିନେତା ଆକାଶ ହୋତା, ସନୋଜ କୁମାର ଓ ପ୍ରଜ୍ଞା ମିଶ୍ରଙ୍କୁ ମଧ୍ୟ ଦେଖିବାକୁ ମିଳିବ ବୋଲି ସୂଚନା ରହିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories