Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜମନକିରା ବ୍ଲକରେ ସାର ଗୋଦାମ ଓ ଦୋକାନରେ କୃଷି ବିଭାଗର ଚଢ଼ାଉ: ସବୁ କାଗଜପତ୍ର ଓ ଷ୍ଟକ୍ ଠିକ୍ ଥିବା ସୂଚନା

ଜମନକିରା : ଚାଷୀମାନଙ୍କୁ ସଠିକ୍ ମୂଲ୍ୟରେ ଉନ୍ନତମାନର ସାର ଯୋଗାଇବା ତଥା କଳାବଜାରୀ ରୋକିବା ପାଇଁ ଆଜି ଜମନକିରା ବ୍ଲକ କୃଷି ବିଭାଗ ପକ୍ଷରୁ ବିଭିନ୍ନ ହୋଲସେଲ୍ ଓ ରିଟେଲ୍ ସାର ଦୋକାନ ତଥା ଗୋଦାମଗୁଡ଼ିକ ଉପରେ ଚଢ଼ାଉ କରାଯାଇଛି।
ସୂଚନା ଅନୁଯାୟୀ, ଜମନକିରା ବ୍ଲକ ଅଧୀନରେ ୪ଟି ହୋଲସେଲ୍ ଏବଂ ୨୪ଟି ରିଟେଲ୍ ସାର ଦୋକାନ ରହିଥିବା ବେଳେ ଆଜି କୃଷି ବିଭାଗ ଟିମ୍ ପକ୍ଷରୁ ଜମନକିରା ଲ୍ୟାମ୍ପସ, କେତେକ ବେସରକାରୀ ସାର ଗୋଦାମ, କେତେକ ହୋଲସେଲ୍ ଓ ରିଟେଲ୍ ଦୋକାନରେ ଅତର୍କିତ ଭାବେ ଯାଞ୍ଚ କରାଯାଇଥିଲା। ଏହି ଚଢ଼ାଉରେ ବ୍ଲକ କୃଷି ଅଧିକାରିଣୀ କାଦମ୍ବିନୀ ଶତପଥୀ, କୃଷି ଅଧିକାରୀ ତନ୍ମୟ ମୂର୍ମୁଙ୍କ ସମେତ ଅନ୍ୟ କୃଷି ଅଧିକାରୀ ପ୍ରମୁଖ ସାମିଲ ଥିଲେ। ଯାଞ୍ଚ ସମୟରେ ଦୋକାନଗୁଡ଼ିକର ଷ୍ଟକ୍, ବିକ୍ରି ରସିଦ୍, ଆନୁଷଙ୍ଗିକ କାଗଜପତ୍ର ଏବଂ ସାରର ମାନ ପୁଙ୍ଖାନୁପୁଙ୍ଖ ଭାବେ ଯାଞ୍ଚ କରାଯାଇଥିଲା। ଯାଞ୍ଚ ପରେ ସମସ୍ତ କାଗଜପତ୍ର ଏବଂ ସାର ଷ୍ଟକ୍ ସମ୍ପୂର୍ଣ୍ଣ ଠିକ୍‌ଠାକ୍ ଥିବା କୃଷି ଅଧିକାରିଣୀ ପ୍ରକାଶ କରିଛନ୍ତି। ଆଗକୁ ମଧ୍ୟ ଚାଷୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏଭଳି ଯାଞ୍ଚ ଅଭିଯାନ ଜାରି ରହିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories