Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁଚିଣ୍ଡା: ଲଗାଣ ବର୍ଷାରେ ଉଛୁଳୁଛି ଖର୍ଲା ନଦୀ, ଚାରିଆଡ଼େ ଜଳମଗ୍ନ; କ୍ଷତିପୂରଣ ଓ ପ୍ରଶାସନିକ ସହାୟତା ପାଇଁ ଅଞ୍ଚଳବାସୀଙ୍କ ଦାବି

ଜମନକିରା : ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ କୁଚିଣ୍ଡା ଓ ଲାଡ ଅଞ୍ଚଳ ଦେଇ ପ୍ରବାହିତ ଖର୍ଲା ନଦୀର ଜଳସ୍ତର ହଠାତ୍ ବୃଦ୍ଧି ପାଇଛି। ନଦୀର ଉଭୟ ପାର୍ଶ୍ୱ ଡେଇଁ ବନ୍ୟା ଜଳ ଚାରିଆଡ଼େ ମାଡ଼ିଯିବା ଫଳରେ ଆଖପାଖ ତଳିଆ ଅଞ୍ଚଳ ଏବଂ ଶହ ଶହ ଏକର ଚାଷଜମି ସମ୍ପୂର୍ଣ୍ଣ ଜଳମଗ୍ନ ହୋଇପଡ଼ିଛି। ମୁଖ୍ୟ ପୋଲ ନିକଟରେ ବିପଦଜନକ ଭାବେ ପାଣି ପ୍ରବାହିତ ହେଉଥିବା ବେଳେ ଧାନ ଫସଲ ବ୍ୟାପକ ଭାବେ ନଷ୍ଟ ହୋଇ ଚାଷୀମାନେ ବଡ଼ ଧରଣର ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଛନ୍ତି। ଏହି ସଙ୍କଟଜନକ ପରିସ୍ଥିତିରେ ବିଭାଗୀୟ ମନ୍ତ୍ରୀ ଏବଂ ଉଚ୍ଚପଦସ୍ଥ ପ୍ରଶାସନିକ ଅଧିକାରୀମାନେ ତୁରନ୍ତ କ୍ଷେତ୍ର ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଏଥିସହ ଜଳବନ୍ଦୀ ତଥା ଅସହାୟ ଲୋକଙ୍କୁ ତୁରନ୍ତ ସୁରକ୍ଷିତ ଉଦ୍ଧାର ଓ ସହାୟତା ଯୋଗାଇଦେବା ସହିତ କ୍ଷତିଗ୍ରସ୍ତ ଚାଷୀ ଓ ପ୍ରଭାବିତ ପରିବାରମାନଙ୍କୁ ତୁରନ୍ତ ସରକାରୀ କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଜୋରଦାର ଦାବି ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories